ନୁଆପଡା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ନିମ୍ନ ଇନ୍ଦ୍ରଜଳସେଚନ ପ୍ରକଳ୍ପ (ତିଖାଳି ଡ୍ୟାମ) ଆଇ.ବି ଠାରେ ଭାରତୀୟ ମାନବାଧିକାର ପରିଷଦ ନୂଆପଡା ଜିଲ୍ଲାର ସମସ୍ତ ସଦସ୍ୟ ମାନଙ୍କୁ ନେଇ ଜିଲ୍ଲା ସମ୍ପାଦକ ଗୋବିନ୍ଦ ଆହିର ଙ୍କ ନେତୃତ୍ଵରେ ରେ ଏକ ଗୁରୁତ୍ବପୂର୍ଣ ବୈଠକ ଅନୁଷ୍ଠିତ ହୋଇଲା। ଉକ୍ତ ବୈଠକ ର ମୁଖ୍ୟ ବିଷୟବସ୍ତୁ ବିଭିନ୍ନ ସରକାରୀ କାର୍ଯ୍ୟଳୟ ରେ ମାନବ ଅଧିକାର ଉଲଙ୍ଘନ କରି ଲୋକଙ୍କୁ ହଇରାଣ କରୁଥିଲେ ସେମାନଙ୍କୁ କିପରି ତାଙ୍କ ନ୍ୟାୟ ପ୍ରଦାନ କରାଯିବ, ତଥା ମହିଳା ମାନଙ୍କୁ ନିର୍ଯ୍ୟାତନାରୁ କିପରି ମୁକ୍ତ କରିବା, ଶିଶୁ ଶ୍ରମିକ ପ୍ରଥା ବନ୍ଦ କରିବା, ଲୋକଙ୍କୁ ଶିକ୍ଷା କ୍ଷେତ୍ର ରେ ସଚେତନତା କରିବା, ପ୍ରକୃତି ସୁରକ୍ଷା, ତଥା ଆଗାମୀ ଦିନରେ ନୂଆପଡ଼ା ଜିଲ୍ଳା କିପରି ଦୁର୍ନୀତି ମୁକ୍ତ ଜିଲ୍ଲା ଗଠନ ହେବ ତା ଉପରେ ଲଢିବା,ଏହି ପରି ବିଭିନ୍ନ ବିଷୟରେ ଚର୍ଚ୍ଚା ହୋଇଥିଲା ।ଭାରତୀୟ ମାନବ ଅଧିକାର ପରିଷଦ ରାଜ୍ୟ ସଭାପତି ଶ୍ରୀ ଧବଳେଶ୍ବର କୁଲଦୀପ ତଥା ଜିଲ୍ଲା ସଭାପତି ରୋହିତ କୁମ୍ଭାର ଯୋଗଦାନ କରି ଉପସ୍ଥିତ ସଦସ୍ୟ ମାନଙ୍କୁ ପୁରଷ୍କାକାର ପ୍ରଦାନ କରିଥିଲେ। ପ୍ରଥମ ସର୍ବ ଶ୍ରେଷ୍ଠ ମାନବ ରକ୍ଷକ ପୁରଷ୍କାର ଜିଲ୍ଲା ସମ୍ପାଦକ ଗୋବିନ୍ଦ ଆହିର , ଦ୍ୱିତୀୟ କାୟୂମ ମହମ୍ମଦ ଓ ତୃତୀୟ ସ୍ଥାନରେ ଭକ୍ତ ଚରଣ ନାଗଙ୍କୁ ପ୍ରଦାନ କରା ଯାଇଥିଲା।ତଥା ଉପସ୍ଥିତ କାର୍ଯ୍ୟ କାରିଣୀ ସଦସ୍ୟ, ଧନୀରମ ମାଝି, ସନ୍ତୋଷ କୁମାର ଦଣ୍ଡସେନା, କୁନ୍ତଳା ମେହେର ଚନ୍ଦ୍ରିକା ଭୋଇ, ଚନ୍ଦ୍ର ପଟେଲ, ନୁର ଖାନ, ପବିତ୍ର ରାଉତ ଙ୍କୁ ମଧ୍ୟ ପୁରଷ୍କାର ପ୍ରଦାନ କରି ସଭା ସମାପନ କରା ଯାଇଥିଲା।
ନୁଆପଡ଼ା ଭାରତୀୟ ମାନବାଧିକାର ପରିଷଦର ଜରୁରୀ ବୈଠକ ଅନୁଷ୍ଠିତ
Monday, January 12, 2026
0