ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁଫୁଗାଁ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ବାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ ହୋଇଯାଇଛି। ଏହି କ୍ରୀଡା ମହୋତ୍ସବ ଗତ ୧୨/୦୧/୦୨୬ ତାରିଖରେ ଫୁଫୁଗାଁ ସରପଞ୍ଚ ଚୈତନ୍ୟ ଗଣ୍ଡଙ୍କ ଦ୍ୱାରା ଶୁଭ ଉଦଘାଟିତ ହୋଇଥିବା ବେଳେ ଆଜି ଖେଳ ମହୋତ୍ସବ ସମାପିତ ହୋଇଯାଇଛି । ଆଜିର ଏହି ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦଶରଥ ଗଣ୍ଡ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ସିଆରସିସି ତପନ କୁମାର ଜାଳି,ବିଜେପି ବରିଷ୍ଠ କର୍ମୀ ପ୍ରତାପ ଦୁରିଆ, ମୁକୁନ୍ଦ ମାଝୀ, ଟିକେଶ୍ୱର ପଟ୍ଟନାୟକ, ପୂର୍ବତନ ନାଏବ ସରପଞ୍ଚ ରଇନୁ ପୂଜାରୀ, ନିରଞ୍ଜନ ମହାନ୍ତି, ମାୟାଧର, ରଶ୍ମିତା ବେହେରା, ଧନୁର୍ଜୟ ନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମଞ୍ଚାସିନ ରହିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିରାମ ଲେଙ୍କା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ କ୍ରିକେଟ, ଫୁଟବଳ, ଭଳିବଳ, କବାଡି, ଉଚ୍ଚଡିଆଁ, ଲମ୍ବାଡିଆଁ, ଦୌଡ ଭଳି ବିଭିନ୍ନ ଖେଳରେ ଅଂଶଗ୍ରହଣ କରିଥିଲେ । ଖେଳ ପ୍ରତିଯୋଗିତାରେ ସଫଳତା ହାସଲ କରି ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯିବା ସହିତ ସେମାନଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ କାମନା କରାଯାଇଥିଲା ।
ଫୁଫୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଠିତ
Thursday, January 15, 2026
0

