ମକର ସଂକ୍ରାନ୍ତି

ଆଜତକ ଓଡ଼ିଶା
0


ଆମ ଓଡ଼ିଆ ଆମ ସଂସ୍କୃତି 

   ସବୁଠାରୁ ନିଆରା 

ପ୍ରଭୁଙ୍କର ଦ୍ୱାଦଶ ଯାତରା 

    ଆମ ଦେଶର ପରା ।।

ମକର ସଂକ୍ରାନ୍ତି ଦକ୍ଷିଣରେ 

   ପୋଙ୍ଗଲ ଆଗମନ

ଧନୁ ରାଶିରୁ ମକର ରାଶି 

    ରବି ଗଲେ ଗମନ ।।

ମକର ଚାଉଳରୁ ପ୍ରସ୍ତୁତ 

    ହୁଅଇ ଶ୍ରୀମନ୍ଦିରେ

ଗୁଡ଼ି ଉଡ଼ା ହୁଅଇ ହରଷେ

    ସହରରେ ପୁରରେ ।।

ମକର ସଂକ୍ରାନ୍ତି ଏଇ ଦିନେ

   ରହିଛି କିମ୍ବଦନ୍ତୀ

ପିତା ରବି ଯାଇ ଯେ ମିଳନ୍ତି

   ପୁତ୍ର ଶନିଙ୍କ କତି ।।

ମକର ମେଳାର ଯେ ବର୍ଣ୍ଣନା

    ଅଛି ସ୍କନ୍ଦ ପୁରାଣେ

ମହୋଦଧିରେ ଯେ ବୁଡ଼ ହୁଏ

   ଏଇ ସଂକ୍ରାନ୍ତି ଦିନେ ।।

  ତ୍ରିନାଥ ପଟ୍ଟନାୟକ

   ଯୁବ ଇଂରାଜୀ ଅଧ୍ୟାପକ ତଥା କବି

    ଶୈଳବାଳା ଇନ୍ସିଟ୍ୟୁଟ୍ ଅଫ୍ ନର୍ସିଂ ଏଣ୍ଡ୍ ମେଡିକାଲ୍ ସାଇନ୍ସ୍

   ଜିଲ୍ଲା: କୋରାପୁଟ , ମୋ:୮୯୧୭୩୧୯୩୭୭

Post a Comment

0 Comments

Please Select Embedded Mode To show the Comment System.*

3/related/default