ନୂଆପଡ଼ା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ବୁଦ୍ଧିକୋମନା ଛାତ୍ରଙ୍କ ଗର୍ବଣୀୟ ସଫଳତା

ଆଜତକ ଓଡ଼ିଶା
0

ମୋବାଇଲ ଆପ୍ ‘ସତର୍କ ସଙ୍କେତ’ ଦୁର୍ଘଟଣା ରୋକିବାରେ ସହାୟକ — ଜିଲ୍ଲାପାଳ


ନୂଆପଡା ୦୫/୧୨ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ଵାରା ପରିଚାଳିତ "ଅଟଳ ଟିଙ୍କରୀଙ୍କ ଲ୍ୟାବ (Atal Tinkering Lab) ମାନଙ୍କର ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ବୁଦ୍ଧିକୋମନାର ଛାତ୍ର ସୁମିତ୍ ବାଗ, ସାଇ ସ୍ବରାଜ ପଣ୍ଡା ଓ କନ୍ହୟା ରାଉତ "ସ୍ଥାନ ଆଧାରିତ ସତର୍କତା ଯନ୍ତ୍ର" (Location based Alert System) ତିଆରି କରିଥିଲେ । ଶିକ୍ଷକ ଦେବରାଜ ଧିଣ୍ଡା ଓ ବିପ୍ଳବ ବାଗ ଙ୍କ ତତ୍ତ୍ଵାବଧାନ ତଥା ପ୍ରଧାନଶିକ୍ଷକ ଶଶିପାତ୍ର ତାଣ୍ଡିଙ୍କ ମାର୍ଗଦର୍ଶନରେ ଏହି ପ୍ରକଳ୍ପ ସହିତ ଛାତ୍ରମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରକଳ୍ପ ପ୍ରତ୍ୟହ ଯାତାୟାତ କରୁଥିବା ଚାଳକ ମାନଙ୍କ ପାଇଁ ଦୁର୍ଘଟଣା ପ୍ରବଣ ସ୍ଥାନ ମାନଙ୍କରେ ସତର୍କ ସୂଚନା ଦେଇ ସହାୟକ ହୋଇ ପାରିବ । ଛାତ୍ରମାନେ ଏଥିପାଇଁ ଗୋଟିଏ ମୋବାଇଲ ଆପ (ସତର୍କ ସଙ୍କେତ) ତିଆରି କରିଛନ୍ତି ଯାହା ଦୁର୍ଘଟଣା ଜନିତ ସ୍ଥାନ ମାନଙ୍କରେ ଯନ୍ତ୍ରଟିକୁ ମେସେଜ ଦିଏ ଯାହା ସାଉଣ୍ଡ କରି ଚାଳକଙ୍କୁ ସତର୍କ କରାଇ ଦୁର୍ଘଟଣାରୁ ରକ୍ଷା କରେ । ଛାତ୍ର ମାନଙ୍କ ଏହି ପ୍ରକଳ୍ପଟି ରାଜ୍ୟ ସ୍ତରରେ ଦ୍ଵିତୀୟ ପୁରସ୍କାର ପ୍ରାପ୍ତ ହୋଇ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛି । ଏଥିପାଇଁ ନୂଆପଡ଼ା ଡିଇଓ ପ୍ରଶାନ୍ତ କୁମାର ମହାନ୍ତି, ଏଡିଇଓ ରେଶମ ଲାଲ ନାୟକ ତଥା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସାହା ଶୁଭେଚ୍ଛା ଜଣାଇଥିଲେ । ଜିଲ୍ଲା ପାଇଁ ଗୌରବ ଆଣିଥିବା ଏହି ଛାତ୍ରଗଣ, ସଂମ୍ପୃକ୍ତ ଶିକ୍ଷକ, ବିଦ୍ୟାଳୟ କତୃପକ୍ଷ ତଥା ଜିଲ୍ଲା ଶିକ୍ଷା ବିଭାଗକୁ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*

3/related/default