ମହୁଳପଦାର, ବୋଡେନ୍ ବ୍ଲକ୍, ନୂଆପଡ଼ା ୦୩ ଡିସେମ୍ବର ୨୦୨୫: ସିନର୍ଜି ଇନଷ୍ଟିଟ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଢେଙ୍କାନାଳ ଅଧୀନରେ ସିବିବିଓ–ସିନର୍ଜି ପକ୍ଷରୁ ମହୁଳପଦାର ଗ୍ରାମରେ ଏକ ଏଫ୍.ଇ.ଓ. ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଚାଷୀମାନେ ସମୂହ ଆଧାରିତ କୃଷି ବ୍ୟବସାୟ ଓ ବଜାର ସହଯୋଗ ବିଷୟରେ ଆଲୋଚନା କରିଥିଲେ ସିବିବିଓ–ସିନର୍ଜି ପକ୍ଷରୁ ବୋଡେନ୍ ବ୍ଲକ୍ ରେ ସିବାଶକ୍ତି ଫାର୍ମର୍ସ ପ୍ରୋଡୟୁସର୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ ଗଠନ କରାଯାଇଛି ଯାହା ଛୋଟ ଓ ସୀମାନ୍ତ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହେଉଛି। ଏପର୍ଯ୍ୟନ୍ତ ୭୧୦ ଚାଷୀଙ୍କୁ ସଂଗଠିତ କରାଯାଇଛି ଏବଂ ମକା, ହରଡ ଓ କପାସ କ୍ଲଷ୍ଟର୍ ଆଧାରିତ ଚାଷ କରାଯାଉଛି।ଏଥିରେ ଶ୍ରୀ ପରମାନନ୍ଦ ପ୍ରଧାନ, ସିବିବିଓ–ସିନର୍ଜି ପକ୍ଷରୁ, ଏଫ୍.ଇ.ଓ. ର ଲାଭ, ବ୍ୟବସାୟ ଯୋଜନା, ବଜାର ଯୋଗାଯୋଗ, ଚାଷୀ ସଂଗଠନ ଓ ସରକାରୀ ସହଯୋଗ ବିଷୟରେ ଉପସ୍ଥାପନା କରିଥିଲେ। ସେ ପରେ କହିଥିଲେ ଯେ କେନ୍ଦ୍ରୀୟ ଯୋଜନା ଯୋଜନା ଅନ୍ତର୍ଗତ ଏନ.ସି.ଡି.ସି.ପକ୍ଷରୁ ପରିଚାଳନ ଖର୍ଚ୍ଚ ସାହାଯ୍ୟ ଓ ସହଯୋଗ ପାଣ୍ଠି ସୁବିଧା ଦିଆଯିବ, ଯାହା ଫଳରେ ଏଫ୍.ଇ.ଓ. ଶକ୍ତିଶାଳୀ ହେବ।କାର୍ଯ୍ୟକ୍ରମରେ ୨୮ ଜଣ ଚାଷୀ ଅଂଶଗ୍ରହଣ କରିଥିଲେ ଏବଂ ସିବାଶକ୍ତି ଏଫ୍.ଇ.ଓ. ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲିକେଶ ହାତୀ ସମନ୍ୱୟ କରିଥିଲେ। ଚାଷୀମାନେ ସମୂହ ଆଧାରିତ କୃଷି ବ୍ୟବସାୟରେ ଯୋଗଦାନ ପ୍ରତି ଆଗ୍ରହ ବ୍ୟକ୍ତ କରିଥିଲେ।ସ୍ଥାନୀୟ ଚାଷୀମାନଙ୍କ କଥାନୁସାରେ, ବୋଡେନ୍ ବ୍ଲକ୍ ରେ ଏହି ପଦକ୍ଷେପ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବା ସହିତ ଏକ ଆଦର୍ଶ ଏଫ୍.ଇ.ଓ. ଗଠନରେ ସାହାଯ୍ୟ କରିବ।
ସିବିବିଓ ସିନର୍ଜି ଦ୍ୱାରା ନୂଆପଡ଼ା ଜିଲ୍ଲାରେ ଏଫ୍.ଇ.ଓ. ସଚେତନତା କାର୍ଯ୍ୟକ୍ରମ
Saturday, December 06, 2025
0

Tags