ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣାରେ ନିଆଁରେ ଜଳି କଲେଜ ଛାତ୍ରୀ ପ୍ରାଣହରାଇବା ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉଦବେଗ। ଏହା ଅତ୍ୟନ୍ତ ହୃଦୟବିଦାରକ ବୋଲି କହିଛନ୍ତି ନବୀନ

ଆଜତକ ଓଡ଼ିଶା
0


ଭୁବନେଶ୍ବର : (ସମୀର ରଞ୍ଜନ ନାୟକ) ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣାରେ ନିଆଁରେ ଜଳି କଲେଜ ଛାତ୍ରୀ ପ୍ରାଣହରାଇବା ଘଟଣାକୁ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିଛନ୍ତି। ସେ ନିଜର ସୋସିଆଲ୍ ମିଡିଆ ‘ଏକ୍ସ’ରେ କହିଛନ୍ତି, ରାଜଗାଙ୍ଗପୁର । ଘଟଣାରେ ସମବେଦନା ଜଣାଇବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଷ୍ଟ କରିଛନ୍ତି । ନବୀନ ଏକ୍ସ ରେ ଲେଖିଛନ୍ତି ଯେ, ନାବାଳିକାଙ୍କୁ ପୂର୍ବରୁ ହତ୍ୟା ଧମକ ମିଳିଥିବା ଅଭିଯୋଗ ପରେ ମଧ୍ୟ ସରକାରଙ୍କ ନିଷ୍କ୍ରିୟତା ସମସ୍ତଙ୍କୁ ଆଶ୍ଚର୍ଯ କରୁଛି । ସରକାର କେତେ ଆଉ ନିରୀହ ଜୀବନ ଏପରି ଜଳିବାକୁ ଦେବେ ? ଏପରି ଘଟଣାରେ ସରକାରଙ୍କ ଉଦାସୀନତା ଯୋଗୁଁ ଅପରାଧୀ ମାନେ ଖୁଲମ୍ଖୁଲା ବୁଲୁଛନ୍ତି ଓ ଲୋକେ ଅସୁରକ୍ଷିତ ହେଉଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସରକାର ସଜାଡନ୍ତୁ ଓ ଲୋକଙ୍କୁ ନ୍ୟାୟ ମିଳୁ ବୋଲି ନବୀନ ଲେଖିଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*

3/related/default