ଅସହାୟଙ୍କ ପାଖକୁ ଗଲା ସହଯୋଗ—ଦାବ୍ରି ମାଁ ଦୁଆରଶନି ୟୁଥ କ୍ଲବ ପକ୍ଷରୁ କମ୍ବଳ ବଣ୍ଟନ
Friday, December 05, 2025
0
ତୁରେକେଲା : (ନ୍ୟୁଜ ବ୍ୟୁରୋ) ହିଆଲ ପଞ୍ଚାୟତ ଅନ୍ତର୍ଗତ ଦାବ୍ରି ଗାଁର ମାଁ ଦୁଆରଶନି ୟୁଥ୍ କ୍ଲବ୍ ଆଜି ଗାଁର ବିଭିନ୍ନ ପଡ଼ାରେ କମ୍ବଳ ବାଣ୍ଟି ଅସହାୟ ଓ ବୃଦ୍ଧ ଲୋକଙ୍କୁ ସହଯୋଗ କରିଛନ୍ତି। ତୀବ୍ର ଶୀତ ରୁ ରକ୍ଷା ପାଇଁ ଏହି ସେବାମୂଳକ ପଦକ୍ଷେପ ନିଆଯାଇଛି। କ୍ଲବ୍ ସଦସ୍ୟମାନେ ନିଜସ୍ୱ ଟଙ୍କା ଏକତ୍ର କରି ଗାଁର ତିନୋଟି ପଡ଼ାରେ ମୋଟ ୩୦ଟି କମ୍ବଳ ବଣ୍ଟନ କରିଛନ୍ତି। ଏହାସହ ସବୁଠୁ ଶୀଘ୍ର, ଅର୍ଥାତ୍ ଆଗାମୀ ୨ ଦିନରେ ଅବଶିଷ୍ଟ ପଡ଼ାମାନଙ୍କୁ ମଧ୍ୟ କମ୍ବଳ ପହଞ୍ଚାଇବା ଯୋଜନା ରହିଛି ବୋଲି କ୍ଲବ୍ର ସଭାପତି ଶ୍ରୀ ରାଜୁ ଛତ୍ରିଆ କହିଛନ୍ତି । କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ସଭାପତି ରାଜୁ ଛତ୍ରିଆ, କ୍ଲବ୍ ସହଯୋଗୀ ଚନ୍ଦନ, ସହ-ସମ୍ପାଦକ ନନ୍ଦୀରାଜ ମଲ୍ଲିକ, କୋଷାଧ୍ୟକ୍ଷ ରୋହିତ ନାଗ, ଲାଇବ୍ରେରି ଭାରପ୍ରାପ୍ତ ଦୁଃଖନାଶନ ମଲ୍ଲିକ, ଏକଟିପ୍ ସଦସ୍ୟ ଗୌତମ ଚନ୍ଦନ, ସମାଜସେବୀ ଜିତୁ ସୁନା ଓ କ୍ଲବ୍ ଘର ଦାୟିତ୍ଵରେ ବିଦୁର ନାଗ ଉପସ୍ଥିତ ଥିଲେ।
Tags

