ଅନୁସୂଚିତ ଜାତି ଜନଜାତି ମିଳିତ ମଞ୍ଚ ପକ୍ଷ ରୁ ଲଖନା ଥାନା ଘେରାଉ, ଶ୍ରମିକ ବାଞ୍ଛାନିଧୂ କୈବର୍ତ୍ତ ଙ୍କ ନ୍ୟାୟ ଦାବୀ

ଆଜତକ ଓଡ଼ିଶା
0


ନୂଆପଡ଼ା ୧୦/୧୨ : ନୂଆପଡ଼ା ଜିଲ୍ଲା ଅନୁସୂଚିତ ଜାତି ଜନଜାତି ମିଳିତ ମଞ୍ଚ ପକ୍ଷ ରୁ ଦାଦନ ଶ୍ରମିକ ମୃତ୍ୟୁ ଘଟଣାର ତଦନ୍ତ ସହ ଦୋଷୀଙ୍କୁ ଆବଶ୍ୟକ ଦଣ୍ଡ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଅନୁସୂଚିତ ଜାତି ଜନଜାତି ମିଳିତ ମଞ୍ଚ ପକ୍ଷ ରୁ ଲଖନା ଥାନା କୁ ଘେରାଉ କରିଥିଲେ।, ଶ୍ରମିକ ବାଞ୍ଛାନିଧି କୈବର୍ଷ ଙ୍କ ନ୍ୟାୟ ଦାବୀ କରିଥିବା ବେଳେ ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଝରନି ଗ୍ରାମ ରେ ଶ୍ରମିକ ଙ୍କୁ ଦଲାଲ ନେଇଥିଲା। ପରିବାର ସହ ଯୋଗାଯୋଗ ଥିବା ବେଳେ ଗୋଟିଏ ଦିନ ପରେ ତାଙ୍କ ଆଉ କୌଣସି ସମ୍ପର୍କ କୌଣସି ଖବର ମିଳିନଥିଲା। ପରେ ରେଲୁଏ ପୋଲିସ ଶ୍ରମିକ ବାଞ୍ଛାନିଧୂ କୈବର୍ତ୍ତ ଙ୍କ ମୃତ ଦେହ କଣ୍ଟାବାଞ୍ଜି ରେଳ ଧାରଣା ପାଖରେ ମୁଣ୍ଡ ଓ ଶରୀର କଟି ପଡ଼ିଥ‌ିବା ଦେଖିବାକୁ ପାଇଥିଲେ। ପରିବାରଙ୍କୁ ସୂଚନା ଦେଇଥିଲେ। ଏହି ଘଟଣା ଟି ହତ୍ୟା ଘଟଣା ବୋଲି ପରିବାର ଦାବି କରୁଅଛି। ଗ୍ରାମବାସୀ, ଗରୀବ ସେନା, ଆଦିବାସୀ ମହାସଂଘ ପକ୍ଷ ରୁ ୬ ଗୋଟି ଦାବୀ ନେଇ ଥାନା ଘେରାଉ କରିଥିଲେ। ଦାଦନ ସର୍ଦ୍ଦାର ଙ୍କୁ ଆଇନ ଅନୁଯାୟୀ ଗିରଫ, ଏବଂ ତାଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ। ମୃତ ପରିବାରଙ୍କୁ ଆର୍ଥିକ ସହାୟତା, ଥାନା ଅଧିକାରୀ ଘଟଣା ଲୁଚେଇ ମାମଲା ରୁଜୁ ନ କରିବା ନେଇ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି । 


ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ

Post a Comment

0 Comments

Please Select Embedded Mode To show the Comment System.*

3/related/default