ଅସ୍ତରଙ୍ଗ (୧୦/୧୨ ଅଲେଖ ବିଶ୍ଵାଳ) ଅସ୍ତରଙ୍ଗ ତହସିଲ ଅନ୍ତର୍ଗତ ଅଠତିରା ମୌଜାରେ ମହାପ୍ରଭୁ ଜଗନ୍ନାଥ ଜଳାଶୟ ଜମିରେ ବୃନ୍ଦାବନ ପ୍ରଧାନ ବେଆଇନ ଭାବେ ପକ୍କା ଗୃହ ନିର୍ମାଣକୁ ଦୀର୍ଘ ୧ ବର୍ଷ ଧରି ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ଶେଷରେ ଓଡିଶା ହାଇକୋର୍ଟ ରେ ଏହି ବେଆଇନ ବିବାଦୀୟ ଘଟଣାକୁ ନେଇ ମାନ୍ୟବର କୋର୍ଟରେ ଵିଚାରଧୀନ ଚାଲିଛି।ଗତ ୦୧/୧୨/୨୦୨୫ ରେ ବୃନ୍ଦାବନ ପ୍ରଧାନ ଅସ୍ତରଙ୍ଗ ତହସିଲଦାରଙ୍କୁ ପକ୍ଷ କରି ସିଭିଲ ଜଜ କୋର୍ଟରେ ଦୁଇ ସପ୍ତାହ ପାଇଁ ଏକ ମିସ କେଶ କରିଥିବା ଜଣାପଡ଼ିଛି।ଚଳିତ ମାସ ୧୨/୧୨/୨୦୨୫ ପର୍ଯ୍ୟନ୍ତ ମାନ୍ୟବର କୋର୍ଟଙ୍କୁ ସମୟ ମାଗିଛନ୍ତି।ସମୟ ମାଗିବାର କାରଣ ହେଉଛି ମାନ୍ୟବର ହାଇକୋର୍ଟ ରେ ଚାଲିଥିବା ମାମଲା ସମ୍ପର୍କରେ ସେ କୌଣସି ସଠିକ ଦସ୍ତାବିଜି ଦାଖଲ କରି ପାରୁନାହାଁନ୍ତି।ଅସ୍ତରଙ୍ଗ ତହସିଲଦାରଙ୍କୁ କୋର୍ଟ ମାଗିଥିଲେ ମଧ୍ୟ ସେ ବି କୌଣସି ତଥ୍ୟ ନ ଦେଇ ସମୟ ଗଡ଼ାଇ ଚାଲିଥିବା ଅଭିଯୋଗକାରୀ ବାବୁରାମ ମଲ୍ଲିକ ଗୁରୁତ୍ବର ଅଭିଯୋଗ କରିଛନ୍ତି।ଶ୍ରୀ ମଲ୍ଲିକ ଆହୁରି କହିଛନ୍ତି ଯେ ସିଭିଲ ଜଜ କୋର୍ଟରେ ବୃନ୍ଦାବନ ପ୍ରଧାନ ସମୟ ମାଗିଥିବା ବେଳେ ଅସ୍ତରଙ୍ଗ ତହସିଲଦାର୦୨/୧୨/୨୦୨୫ ରେ କେଶ ନଂ୧୪/୨୯୧୫ ଓ ୯୧/୨୦୨୪ ରେ ଗତ ୦୧/୧୨/୨୦୨୫ ଠାରୁ ୧୨/୧୨/୨୦୨୫ ପର୍ଯ୍ୟନ୍ତ ଷ୍ଟାଟସ କୋ ଜାରି ରହିଲା ବୋଲି ଏକ ଚିଠି ଯାହାର ନଂ ୪୩୪୭/୦୨/୧୨/୨୦୨୫ ରେ ସବ କଲେକ୍ଟର ଙ୍କୁ ଜଣାଇଛନ୍ତି। ଏହା ପୂର୍ବରୁ ସବ କଲେକ୍ଟରଙ୍କୁ ଅନ୍ୟ ଏକ ଚିଠିରେ ଉଚ୍ଛେଦ କରିବା ପାଇଁ ପୋଲିସ ଫୋର୍ସ ଓ ଏକ ସ୍ୱତନ୍ତ୍ର ମାଜିଷ୍ଟ୍ରେଟ ଆବଶ୍ୟକ ବୋଲି ମାଗିଥିଲେ।ପୁଣି ଗତ ୨ ତାରିଖରେ ଷ୍ଟାଟସ ଲାଗିବା କାରଣରୁ ପୋଲିସ ମାଜିଷ୍ଟ୍ରେଟ ଆବଶ୍ୟକ ନାହିଁ ବୋଲି ସବ କଲେକ୍ଟରଙ୍କୁ ଚିଠି କରିଥିବା ବାବୁରାମ ଅଭିଯୋଗ କରିଛନ୍ତି।ତହସିଲଦାର ମାନ୍ୟବର କୋର୍ଟଙ୍କୁ ତଥ୍ୟ ଲୁଚାଇବା ଓ ଗୃହ ନିର୍ମାଣକାରୀଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ସମ୍ପର୍କରେ ଗତ ୦୮/୧୨/୨୦୨୫ ରେ ଜିଲ୍ଲାପାଳ ଯୁଗ୍ମ ଜନ ଶୁଣାଣୀ ଶିବିରରେ ବାବୁରାମ ମଲ୍ଲିକ ଅତିରିକ୍ତ ଜିଲ୍ଲାପାଳ ଶରତ କୁମାର ବେହେରାଙ୍କୁ ଲିଖିତ ଅଭିଯୋଗ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ମାନ୍ୟବର ହାଇକୋର୍ଟଙ୍କ ସମସ୍ତ ଦାସ୍ତବିଜିକୁ ନିରୀକ୍ଷିଣ କରିବା ପରେ ତହସିଲଦାରଙ୍କ ଉପରେ କ୍ରୋଧାନିତ୍ୱ ହୋଇ ବିରକ୍ତି ପ୍ରକାଶ କରିଥିଲେ।ତାଙ୍କୁ ପଚାରିଥିଲେ ଯେ ତୁମେ ଜଣେ ମାଜିଷ୍ଟ୍ରେଟ ହୋଇ ଏମିତି ଭୁଲ କେମିତି କରିପାରିଲ ପୁଣି ମାନ୍ୟବର କୋର୍ଟଙ୍କୁ କଣ ପାଇଁ ଅବମାନନା କରିଛ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି ସମ୍ପୂର୍ଣ୍ଣ ଭାବେ ଚାପର ବଶବର୍ତ୍ତୀ ହୋଇ ମହାପ୍ରଭୁଙ୍କୁ ଭୁଲି ଏକ ପାଖିଆ ନିଷ୍ପତ୍ତି ନେଇଛନ୍ତି।ଏ ସମ୍ପର୍କରେ ତହସିଲଦାର ପତିଙ୍କୁ ପଚାରିବାରେ ସେ କହିଥିଲେ ଆସନ୍ତା ୧୨/୧୨/ ୨୦୨୫ ରେ ସବୁ ସ୍ପଷ୍ଟ ପ୍ରମାଣିତ ହୋଇଯିବ।ତହସିଲଦାର ମିଛ ମନ୍ତବ୍ୟ ଦେଇ ଏବେ ବିବାଦୀୟ ହୋଇ ପଡ଼ିଥିବା ସାଧାରଣରେ ଚର୍ଚ୍ଚା ହେଉଛି।ତହସିଲଦାରଙ୍କ କୋର୍ଟ ଅବମାନନା ମାମଲାର ଶୁଣାଣୀ ଆସନ୍ତା ଫେବୃଆରୀ ୫ ତାରିଖରେ ହେବ ବୋଲି ଜଣାପଡିଛି।ଦେଖାଯାଉ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଲୁଚକାଳି ଖେଳ ଭିତରେ ଜଗନ୍ନାଥ ମହାପ୍ରଭୁଙ୍କ ଜମିରୁ ବିବାଦୀୟ ଗୃହ କେବେ ଉଚ୍ଛେଦ ହେଉଛି।
ଜଗନ୍ନାଥଙ୍କ ଜମିରୁ ଉଚ୍ଛେଦ ଘଟଣା ; ବିବାଦରେ ଅସ୍ତରଙ୍ଗ ତହସିଲଦାର
Wednesday, December 10, 2025
0
Tags
