ଖଡ଼ିଆଳ (ପରମେଶ୍ଵର ମେହେର) ଖଡ଼ିଆଳ ସହରରେ ଦିନ କୁ ଦିନ ଚୋରି ଘଟଣା ବୃଦ୍ଧି ପାଉଛି କିନ୍ତୁ ଏପର୍ଯ୍ୟନ୍ତ କୌଣସି ଚୋର ଧରା ପଡୁ ନାହାନ୍ତି। ଗତକାଲି ରୋହିତ ଅଗ୍ରୱାଲଙ୍କ ରୋହିତ ପୂଜା ଦୋକାନରୁ ଚୋର ଚାଳିଶ ହଜାର ଟଙ୍କା ଚୋରି କରି ନେଇ ଯାଇଛନ୍ତି। ଗତ କୋଡ଼ିଏ ଦିନ ମଧ୍ୟରେ ଏହା ତୃତୀୟ ଘଟଣା ବୋଲି ଜଣା ପଡ଼ିଛି। ପୂର୍ବରୁ ମଧ୍ୟ ଦୁଇଟି ଦୋକାନରୁ ଚୋରି ହୋଇ ସାରିଛି। ଏନେଇ ଆଜି ଖଡ଼ିଆଳ ବ୍ୟବସାୟୀ ସଂଘ ତରଫରୁ ଏସ ଡି ପି ଓ ଉପେନ୍ଦ୍ର ପ୍ରଧାନ ଓ ଆଇ ଆଇ ସି ଦିଲୀପ ସାହୁଙ୍କୁ ଭେଟି ଚୋର ମାନଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରା ଯାଇଛି। ନ ହେଲେ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ଦିଆ ଯାଇଛି।
ଖଡ଼ିଆଳରେ ବୃଦ୍ଧି ପାଉଛି ଚୋରି ଘଟଣା
Thursday, December 11, 2025
0

Tags