ଅବ୍ୟବସ୍ଥା ଘେରରେ ସାହାଜଟ ଆଶ୍ରମ

ଆଜତକ ଓଡ଼ିଶା
0

ପ୍ରଧାନ ଶିକ୍ଷୟତ୍ରୀଙ୍କ ଦାୟିତ୍ଵ ହୀନତା ; ଭୋକ ଉପାସରେ ୬୦ ଛାତ୍ର 


ନୁଆପଡ଼ା ଜିଲ୍ଲା କୋମନା ବ୍ଲକ ସାହାଜଟ ସେବା ଆଶ୍ରମ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ରହିଛି। ଛାତ୍ର ଛାତ୍ରୀଙ୍କୁ ଖାଇବାକୁ ଠିକ୍ ସେ ମିଳୁନଥିବା ଅଭିଯୋଗ ହୋଇଛି। ପ୍ରତ୍ୟେକ ଦିନ ମଧ୍ୟାହ୍ନ ଭୋଜନରେ ଅଧା ପିଲା ଖାଇ ସାରିଲା ପରେ ଭାତ ଡାଲି ସରୁଛି। ଯାହା ଫଳରେ ଅଧା ପିଲା ଭୋକରେ ରହିବାକୁ ବାଧ୍ୟ ହେଉଛନ୍ତି। ଏମିତି ଦୃଶ୍ୟ ସାହାଜଟ ସେବା ଆଶ୍ରମରେ ଦେଖିବାକୁ ମିଳିଛି। ମଙ୍ଗଲବାର ଡିଏସଡବ୍ଲୁଓ ଏବଂ କୋମନା ସିଡିପିଓ ଉକ୍ତ ଆଶ୍ରମକୁ ପରିଦର୍ଶନ କରିଥିଲେ। ଉକ୍ତ ସମୟରେ ପ୍ରଧାନ ଶିକ୍ଷୟତ୍ରୀ ଅନୁପସ୍ଥିତ ରହିଥିବା ଦେଖିବାକୁ ପାଇଥିଲେ। ପରେ ମଧ୍ୟାହ୍ନ ଭୋଜନର ଯାଞ୍ଚ କରିଥିଲେ ଏତିକି ସମୟରେ ମଙ୍ଗଳବାର ୨୬୦ ପିଲା ଉପସ୍ଥିତ ଥିଲେ। ହେଲେ ୨୬୦ ପିଲାର ଉପସ୍ଥିତି ଅନୁସାରେ ମଧ୍ୟାହ୍ନ ଭୋଜନ ରୋଷେଇ ହେବା କଥା ହେଲେ ରୋଷେଇ କରିଥିବା ଖାଦ୍ୟ ଅଧା ପିଲାଙ୍କୁ ଦେଲା ବେଳକୁ ସରି ଯାଇଥିଲା।ଆଉ ପାଖା ପାଖି ୬୦ ରୁ ୭୦ ପିଲା ଖାଲି ପ୍ଲେଟ ଧରି ଭୋକରେ ନିଜ ନିଜ କ୍ଲାସ ରୁମକୁ ପଳେଇ ଥିଲେ। ଛାତ୍ର ଛାତ୍ରୀଙ୍କ କହିବା ଅନୁସାରେ ପ୍ରତ୍ୟେକ ଦିନ ଏମିତି ଅଧା ପିଲା ମଧ୍ୟାହ୍ନରେ ଭୋକରେ ରହୁ ଥିବା ଅଭିଯୋଗ କରିଛନ୍ତି। ଏହା ପ୍ରଧାନ ଶିକ୍ଷୟତ୍ରୀଙ୍କ ଦାୟିତ୍ଵ ହୀନତା ଯୋଗୁଁ ଏପରି ହଉଚି ବୋଲି ପୁର୍ବତନ ଚେୟାରମେନ ଗୌତମ ମାଝୀ କହିଛନ୍ତି। ସେପଟେ ଯେଉ ଏସଏଚ୍ଚଜିଙ୍କୁ ଉକ୍ତ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଦିଆଯାଇଛି ସେହି ଗ୍ରୁପ ଠିକ ସେ କାର୍ଯ୍ୟ ସଂପାଦନ କରି ପାରୁନଥିବା ବୋଲି ଅଭିଯୋଗ ହୋଇଛି।ଏହି ଦାୟିତ୍ୱ ସାହାଜଟ ଗ୍ରାମର ମାଁ ବଞ୍ଜାରେନ ମହିଳା ଗ୍ରୁପକୁ ଦିଆଯାଇଛି ହେଲେ ସେହି ଗ୍ରୁପ ଠିକ ସେ କାର୍ଯ୍ୟ ସଂପାଦନ କରୁନଥିବା ଅଭିଯୋଗ ହୋଇଛି। ଏନେଇ ଡିଏସଡବ୍ଲୁ ଙ୍କୁ ପଚାରିବାରୁ ଉକ୍ତ ଆଶ୍ରମଟି ଅବ୍ୟବସ୍ଥା ଘେରରେ ଚାଲିଛି। ଆଗକୁ ପ୍ରଧାନ ଶିକ୍ଷୟିତ୍ରୀ ଓ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ମହିଳା ଗ୍ରୁପଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ

Post a Comment

0 Comments

Please Select Embedded Mode To show the Comment System.*

3/related/default