ଭୁବନେଶ୍ୱର /ମାଲକାନଗିରି (ସମୀର ରଞ୍ଜନ ନାୟକ) ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍ଭି -୨୬ ଗ୍ରାମ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ଇତିମଧ୍ୟରେ ମାଲକାନଗିରି ଜିଲାରେ ଆଉ ୧୮ ଘଣ୍ଟା ଇଣ୍ଟରନେଟ କଟକଣାକୁ ବୃଦ୍ଧି କରାଯାଇଛି। ବୁଧବାର ଦିନ ୧୨ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। RDC ଏବଂ ଜିଲାପାଳଙ୍କ ମଧ୍ୟରେ ଆଲୋଚନା ପରେ ଇଣ୍ଟରନେଟ କଟକଣା ବୃଦ୍ଧି ହୋଇଛି। ଏନେଇ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶନାମା ଜାରି । ତେବେ ଉଭୟ ଗାଁରେ ଶାନ୍ତି ଫେରାଇବାକୁ ଶାନ୍ତି କମିଟି ବୈଠକ ବସିବ ବୋଲି କହିଛନ୍ତି ଜିଲ୍ଲାପାଳ। ସିଏମ୍ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଦିଆଯିବ। ଏମ୍ଭି ୨୬ରେ ୧୮୮ ଘର ମଧ୍ୟରୁ ୧୬୩ଟି ଘର କ୍ଷତିଗ୍ରସ୍ତ ହୋଇଛି। କ୍ଷୟକ୍ଷତି ଆକଳନ କରାଯାଉଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ମାଲକାନଗିରିରେବଢ଼ିଲାଇଣ୍ଟରନେଟ୍କଟକଣାଆଉ ୧୮ ଘଣ୍ଟା ଇଣ୍ଟରନେଟ୍ କଟକଣା ବୃଦ୍ଧି କଲା ପ୍ରଶାସନ
Tuesday, December 09, 2025
0

Tags