ଉଲୁଣ୍ଡା ୦୯/୧୨ (ରାଜେଶ କୁମାର ବାଘ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ପଂଚାୟତ ଅନ୍ତର୍ଗତ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡିସେମ୍ବର ୬ ଓ ୮ ଦୁଇଦିନ ଧରି ବାର୍ଷିକ କ୍ରୀଡା ୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ, କନିଷ୍ଠ ଏବଂ ଉପ କନିଷ୍ଠ ତିନୋଟି ବର୍ଗରେ ୩୭ ଟି ଭିନ୍ନ ଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ବରିଷ୍ଠ ବର୍ଗ ରୁ ଅଷ୍ଟମ ଶ୍ରେଣୀ ଛାତ୍ର ମାନସ ସେଠି ଓ ସପ୍ତମ ଶ୍ରେଣୀ ଛାତ୍ରୀ ଲଭ୍ଲି ପଧାନ ଚମ୍ପିୟାନ ହୋଇଛନ୍ତି । କନିଷ୍ଠ ବର୍ଗ ରୁ ପଞ୍ଚମ ଶ୍ରେଣୀ ଛାତ୍ର ଅଙ୍କିତ ବେହେରା ଓ ଛାତ୍ରୀ ଜ୍ୟୋତି ବିଭାର ଏବଂ ଉପ କନିଷ୍ଠ ବର୍ଗରୁ ନିଖିଳେଶ୍ୱର ଭୋଇ ଓ ତେଜସ୍ୱିନୀ ବେହେରା ଚମ୍ପିୟାନ ଭାବେ ପୁରସ୍କୃତ ହୋଇଛନ୍ତି । ପ୍ରଧାନ ଶିକ୍ଷକ ହୃଷିକେଶ ଚାନ୍ଦଙ୍କ ସଭାପତିତ୍ବରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସମାଜସେବୀ ପ୍ରଦୀପ ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବା ବେଳେ, ଉଲୁଣ୍ଡା ବ୍ଲକ ଏଥେଲେଟିକ୍ ଏସୋସିଏସନ୍ର ସଭାପତି ଅନନ୍ତରାମ ମେଣ୍ଡିଲି, ସମ୍ପାଦକ ପ୍ରହଲ୍ଲାଦ ନାୟକ, କୁମାରକେଳି ସିଆରସିସି ଶରତ ନାଏକ, ମହଦା ସିଆରସିସି ବାଞ୍ଛାନିଧି ପଣ୍ଡା, ଗ୍ରାମୋତ୍ଥାନ ସୋନପୁରରୁ ସ୍ବର୍ଣ୍ଣରୂପା ମିଶ୍ର, କ୍ଷୀରେନ୍ଦ୍ର ରଣା ଓ ମାନୀ ପଧାନ, ବିଦ୍ୟାଳୟ ଏସଏମସି ସଭାପତି ରଞ୍ଜନ ପଧାନ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଶିକ୍ଷକ ଅଚ୍ୟୁତ ରଣା ସଭା ପରିଚାଳନା କରିଥିବା ବେଳେ, ବନମାଳୀ ପରିଡା ସ୍ୱାଗତ ଏବଂ ନରେନ୍ଦ୍ର ନାଗ ଧନ୍ୟବାଦ ଅର୍ପଣ କରିଥିଲେ । ପୁରସ୍କାର ବଣ୍ଟନରେ ଶିକ୍ଷୟିତ୍ରୀ ଜୟଶ୍ରୀ ପାଢ଼ୀ ଓ ଶିକ୍ଷକ ସତ୍ୟନାରାୟଣ ମେହେର ସହଯୋଗ କରିଥିବା ବେଳେ ପରିଚାଳନା କମିଟିର ସଦସ୍ୟ ବିନୋଦ ମହାପାତ୍ର, ପ୍ରମୋଦ ବେହେରା, ବନମାଳୀ ପଧାନ, କୁମାର ଖୁରା, ସରୋଜ ସେଠି, ଫିରୋଜ ବେହେରା, ପଙ୍କଜ ପଧାନ ପ୍ରମୁଖ ସହଯୋଗ କରିଥିଲେ ।
କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ
Tuesday, December 09, 2025
0

Tags