କଣ୍ଟାମାଳ କୋର୍ଟ ପକ୍ଷରୁ ବିଶ୍ବ ମାନବାଧିକାର ଦିବସ ପାଳିତ

ଆଜତକ ଓଡ଼ିଶା
0

କଣ୍ଟାମାଳ : (ନ୍ୟୁଜ ବ୍ୟୁରୋ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ସଦର କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କଣ୍ଟାମାଳ ତାଳୁକ ଆଇନସେବା ସମିତି ତରଫରୁ ବିଶ୍ବ ମାନବାଧିକାର ଦିବସ ପାଳିତ ହୋଇଯାଇଛି। କଣ୍ଟାମାଳ ତାଳୁକ ଆଇନସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଅଜୟ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଣ୍ଟାମାଳ କୋର୍ଟର ବରିଷ୍ଠ ଦେୱାନି ବିଚାରପତି ତପନ କୁମାର ବେହେରା,ବରିଷ୍ଠ ଆଇନଜିବୀ କୈଳାଶ ଚନ୍ଦ୍ର ବାରିକ ,କଣ୍ଟାମାଳ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଂଜନ ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ।ମଞ୍ଚାସିନ ଅତିଥି ମାନବିକ ଅଧିକାରର ଇତିହାସ ଓ ପରିସର ସହ ଓ କିପରି ବ୍ୟକ୍ତି ମର୍ଯ୍ୟାଦାର ସହ ବଞ୍ଚିବ,ସ୍ୱାସ୍ଥ୍ୟ ଗତ ଅଧିକାର,ପ୍ରଦୂଷଣ ମୁକ୍ତ ବାୟୁ ସେବନ କରିବାର ଅଧିକାର ସମ୍ବନ୍ଧରେ ଆଲୋକପାତ କରିଥିଲେ ।ତାଳୁକ ଆଇନ ସମିତିର କର୍ମଚାରୀ ଜ୍ୟୋତିରଂଜନ ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହାୟକ ହେଇଥିଲେ।ପରିଶେଷରେ ଶିକ୍ଷକ ବନମାଳୀ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default