ଭୂତ ଓ ଜାଲ ଜବକାର୍ଡ ମାଧ୍ୟମରେ ମନରେଗା ଦୁର୍ନୀତି

ଆଜତକ ଓଡ଼ିଶା
0


ସରକାରୀ ବାବୁ ଓ କୁଜି ନେତାଙ୍କ ଜୋଗାଢ଼ିରେ ଲୁଟ — ପ୍ରାୟ ୩୦% ଟଙ୍କା ‘କଟ’ ଭାବେ ହଡ଼ପ


ଅସ୍ତରଙ୍ଗ, ୦୧ ଡିସେମ୍ବର (ଅଲେଖ ବିଶ୍ଵାଳ) ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ଅଧୀନ ନଗର ଗ୍ରାମପଞ୍ଚାୟତରେ ମନରେଗା ଯୋଜନା ମାଧ୍ୟମରେ ବ୍ୟାପକ ଦୁର୍ନୀତି ଚାଲିଥିବା ଅଭିଯୋଗ ମଜବୁତ ହେଇପାରିଛି। ଗରିବ ଶ୍ରମିକଙ୍କ ପାଇଁ ନିର୍ଦ୍ଧାରିତ ରକମର ପ୍ରାୟ ୩୦ ପ୍ରତିଶତ ସରକାରୀ ବାବୁ, କିଛି କୁଜି ନେତା ଓ ଦଲାଲମାନଙ୍କ ମଧ୍ୟରେ ବାଟବଣା ହୋଇଯାଉଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ଭୂତ ଓ ଜାଲ କାର୍ଡ ରେ ହଡ଼ପ ଖେଳ


ନଗର ଗ୍ରାମପଞ୍ଚାୟତର କିଛି କୁଟର୍କୀ ଅଭିଯୁକ୍ତମାନେ ସରକାରୀ କର୍ମଚାରୀଙ୍କ ସହଯୋଗରେ ଭୂତ ଓ ଜାଲ ଜବକାର୍ଡ ତିଆରି କରି ମନରେଗା ମଜୁରୀ ହଡ଼ପ କରୁଛନ୍ତି। ଅନେକ ସ୍ଥାନରେ କାମ ନ ହେଲା ପରେମଧ୍ୟ କାମ ସରିଗଲା ବୋଲି ଫୋଟୋ ଉଠାଇ ବିଲ ପାସ୍ କରାଯାଉଥିବା ଘଟଣା ଆଲୋକିତ ହୋଇଛି।

କାମ ନାହିଁ, ଫୋଟୋ ଚାଲାଣ—ୱାର୍ଡ ମେମ୍ବରଙ୍କ ଆଦାୟ


ନଗର ରେଡକ୍ରସ ଛକରୁ ବାଲିପନ୍ତାଳ ଯୋଡ଼ାଣି ରାସ୍ତାରେ ମାଟି କାମ ନ ହୋଇଥିବା ସତ୍ଵେ ଫୋଟୋ ଉଠାଇ ଦୈନିକ ମାପ ଦର୍ଶାଇଥିବା ଅଭିଯୋଗ ଆସିଛି।
ଶ୍ରମିକମାନଙ୍କ ଆକାଉଣ୍ଟକୁ ମଜୁରୀ ଆସିବା ପରେ ୱାର୍ଡ ମେମ୍ବରମାନେ ଟଙ୍କା ଆଦାୟ କରୁଥିବା ଭିଡିଓ ଓ ତଥ୍ୟ କିଛି ସାମାଜିକ କର୍ମୀ ମାଧ୍ୟମରେ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେସ୍ତୁତ ହୋଇଛି।

ପିଇଓ ଓ ଜିଆରଏସ ସନ୍ଦେହ ରେ


ମନରେଗା କାମରେ ପିଇଓ ଓ ଜିଆରଏସ ଙ୍କ ନିରୀକ୍ଷଣ ଜରୁରୀ ହେବାସତ୍ୱେ ତାଙ୍କ ଅନୁପସ୍ଥିତିରେ କାମ ସାରା ହୋଇଯାଇଥିବା ତଥ୍ୟ ସ୍ଥାନୀୟଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି। ଅନେକ କାମରେ ନିୟମ ବିପରୀତ ଭାବେ ମେସିନ ବ୍ୟବହାର ହେବାର ଅଭିଯୋଗ ମଧ୍ୟ ପ୍ରକାଶିତ।

ଡିଜିଟାଲ ପ୍ରଣାଳୀକୁ ମଧ୍ୟ ଭେଙ୍ଗାଇଦେଲେ


୨୦୨୩ରେ କେନ୍ଦ୍ର ସରକାର ଦ୍ୱାରା ଆରମ୍ଭ ହୋଇଥିବା NREGA Mobile Monitoring System (NMMS) ରେ ଶ୍ରମିକଙ୍କ ଦୁଇଟି ଫୋଟୋ ଅପଲୋଡ୍ କରି ଉପସ୍ଥାନ ନେବା ନିୟମ ଥିଲା। କିନ୍ତୁ ଏଥିରେ ମଧ୍ୟ ଭୁଲ ତଥ୍ୟ ଓ ମିଥ୍ୟା ଫୋଟୋ ଅପଲୋଡ ହେଉଥିବା ଅଭିଯୋଗ ଉଠିଛି।

ଜିଲ୍ଲାପାଳଙ୍କ କଠୋର ନିର୍ଦ୍ଦେଶ


ଏହି ଗୁରୁତର ଅଭିଯୋଗ ଉପରେ ପୁରୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା କହିଛନ୍ତି—
“ଖୁବ ଶୀଘ୍ର ସ୍ୱତନ୍ତ୍ର ଟିମ୍ ପଠାଇ ତଦନ୍ତ କରାଯିବ। ଦୋଷୀ କର୍ମଚାରୀ ଓ ଅଧିକାରୀଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ମୁକାବିଲା କରିବାକୁ ପଡ଼ିବ।”

Post a Comment

0 Comments

Please Select Embedded Mode To show the Comment System.*

3/related/default