ଚତୁର୍ଥ ଥର କଳାହାଣ୍ଡି ବିଜୁ ଜନତା ଦଳ ର ସମ୍ପାଦକ ହେଲେ ପ୍ରଶାନ୍ତ ତିୱାରୀ

ଆଜତକ ଓଡ଼ିଶା
0

ଧର୍ମଗତ, କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଦଣ୍ଡପାଟ ର ଲୋକପ୍ରିୟ ଯୁବ ନେତା ପ୍ରଶାନ୍ତ ତିୱାରୀ ଙ୍କ ନାମ ବିଜୁ ଜନତା ଦଳ ର ଜିଲ୍ଲା ସମ୍ପାଦକ ତାଲିକା ରେ ସ୍ଥାନ ପାଇ ଥିବାରୁ ଧର୍ମଗଡ ବିଜୁ ଜନତା ଦଳ ଓ ଦଣ୍ଡପାଟ ଅଞ୍ଚଲରେ ଖୁସି ର ଲହରୀ ଖେଳି ଯାଇଛି। ପ୍ରଶାନ୍ତ କଳାହାଣ୍ଡି ରାଜନୀତିର ଜଣେ ସଂଗ୍ରାମୀ ରାଜ ନେତା।ତାଙ୍କ ରାଜନୀତି ଛାତ୍ର ଜୀବନ ବେଳରୁ୧୯୯୫ ରୁ ଆରମ୍ଭ ହୋଇଥିଲା, ସେ ତତ୍ କାଳୀନ ଜନତା ଦଳ ରେ ସାମିଲ ହୋଇ ବିଧାୟିକା ରୋଷନି ସିଂହ ଦେଓଙ୍କ ବିଜୟୀ ରେ ପ୍ରମୁଖ ଭୂମିକା ନେଇଥିଲେ।୧୯୯୫ ରେ ବିଜୁ ଜନତା ଦଳ ଗଠନ ସମୟ ରୁ ଦଳ ରେ ସାମିଲ ହୋଇ ନିଷ୍ଠାପର ଭାବରେ ରାଜନୀତି ଓ ସେବା ଜାରି ରଖିଛନ୍ତି।୨୦୦୨ ରେ ବେହେରା ସରପଞ୍ଚ ଭାବରେ ନିର୍ବାଚିତ ହେଲାପରେ ଜିଲ୍ଲା ଓ ଓଡ଼ିଶା ସ୍ତରରେ ରାଜନୀତି ରେ ଚର୍ଚ୍ଚିତ ଚେହେରା ହେଲେ। ଏପରିକି ବିଭିନ୍ନ ନିର୍ବାଚନ ସମୟ ରେ ସେ ବିଭିନ୍ନ ଜିଲ୍ଲା କୁ ଯାଇ ନିର୍ବାଚନ ପ୍ରଚାର ରେ ପ୍ରମୁଖ ଭୂମିକା ମଧ୍ୟ ନିଭାଇ ଛନ୍ତି। ଦଳର ଜଣେ ସଚ୍ଚୋଟ ଓ ଟାଣୁଆ ନେତା ଯୋଗୁ ତାଙ୍କୁ ଚତୁର୍ଥ ଥର ପାଇଁ ଜିଲ୍ଲା ସମ୍ପାଦକ ମନୋନୀତ କରାଯାଇଥିବା ଦଳର ବରିଷ୍ଠ ସଦସ୍ୟ ମାନେ ପ୍ରକାଶ କରନ୍ତି।ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ,ଜିଲ୍ଲା ସଭାପତି ପ୍ରଦୀପ ଦିଶାରୀ ଙ୍କୁ କୃତଜ୍ଞତା ଜ୍ଞାପନ ପୂର୍ବକ ସର୍ବଦା ଦଳ ର ନୈତିକତା ଭିତରେ କାର୍ଯ୍ୟ କରି ସେବା ଜାରି ରଖିବାକୁ ତତ୍ପରତା ପ୍ରକାଶ କରିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*

3/related/default