ପ୍ରକୃତିପ୍ରେମୀ ସୁନୀତିଙ୍କ ଦ୍ୱାରା ଚଟିଆ ସାବକ ଉଦ୍ଧାର

ଆଜତକ ଓଡ଼ିଶା
0


ଉଲୁଣ୍ଡା ୨୫/୧୨ (ରାଜେଶ କୁମାର ବାଘ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ପ୍ରକୃତିଗ୍ରାମ ଖଜୁରିଆପାଲିର ପ୍ରକୃତିପ୍ରେମୀ ସୁନୀତି ଗଡୁଆଙ୍କ ଦ୍ୱାରା ଏକ ଘର ଚଟିଆ ସାବକ ଉଦ୍ଧାର ହୋଇଅଛି । ସୂଚନା ଅନୁସାରେ ଘନ କୁହୁଡିର ଅନ୍ଧାର ପରିବେଶରେ କୌଣସି କାରଣରୁ ଗାଁ ମଝିରେ ଏକ ଚଟିଆ ଛୁଆ ପରିତ୍ୟକ୍ତ ଅବସ୍ଥାରେ ପଡି ରଡୁଥିବାର ଜାଣିବାକୁ ପାଇଲେ ସୁନୀତି ସାଙ୍ଗେ ସାଙ୍ଗେ ସେହି ସ୍ଥାନକୁ ଯାଇ ଚଟିଆ ସାବକଟିକୁ ଉଦ୍ଧାର କରିଥିଲେ ଛୁଆ ଚଟିଆଟି ଶୀତରେ ଥରୁଥିବା ବେଳେ ତାହାକୁ ଉଷୁମ ସେକ ଦେବା ସହ ଉଷୁମ ଗ୍ଲୁକୋଜ ପାଣି ଟିକେ ପିଆଇ କିଛି ସମୟ ସୂର୍ଯ୍ୟ ତାପରେ ରଖିଥିଲେ ଛୁଆ ଚଟିଆଟି ସୁସ୍ଥ ଅନୁଭବ କରିବା ପରେ ସୁରକ୍ଷିତ ବସାରେ ଛାଡ଼ି ଦେଇଥିଲେ । ପ୍ରକୃତି ଓ ପରିବେଶକୁ ଭଲ ପାଉଥିବା ସୁନୀତି ଉଚ୍ଚଶିକ୍ଷା ପାଇଁ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନରତ ଥିବା ବେଳେ ପ୍ରକୃତି ଓ ପରିବେଶର ଯତ୍ନ ଏବଂ ବିଲୁପ୍ତ ହୋଇଯାଉଥିବା ଘର ଚଟିଆ ମାନଙ୍କର ସରଂକ୍ଷଣ କ୍ଷେତ୍ରରେ ଅଣ୍ଟା ଭିଡିଛନ୍ତି, ପ୍ରକୃତିପ୍ରେମୀ ସୁନୀତିଙ୍କ ଏଭଳି କାର୍ଯ୍ୟକୁ ଜନସାଧାରଣରେ ତଥା ଆଗାମୀ ପୀଢ଼ି ପାଇଁ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ମନେ କରାଯାଉଅଛି ।

Post a Comment

0 Comments

Please Select Embedded Mode To show the Comment System.*

3/related/default