ଉଲୁଣ୍ଡା ଶିଶୁ ବିଦ୍ୟାମନ୍ଦିର ୨୯ତମ ବାର୍ଷିକ ଉତ୍ସବ
ଉଲୁଣ୍ଡା ୨୫/୧୨ (ରାଜେଶ କୁମାର ବାଘ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିରରେ ୨୯ ତମ ବାର୍ଷିକ ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ସଭାପତି ବିଜୟ ବାରିକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଜିଲ୍ଲାପପରିଷଦ ସଭ୍ଯା ବିଜୟାଲକ୍ଷ୍ମି ତରାଇ ଯୋଗଦେବା ସହ ଦିପ ପ୍ରଜଳନ କରି ସଭାକାର୍ଯ୍ୟକୁ ଆଗେଇ ନେବା ସହ ସମ୍ମାନୀତ ଅତିଥି ଭାବେ ପୂର୍ବତନ ଯୁଗ୍ମ ସଂପାଦକ ଧମନିରଞ୍ଜନ ପଣ୍ଡା, ପୂର୍ବତନ ସଭାପତି ଗୋବିନ୍ଦ ଦାସ ତରାଇ, ସିବରାମ ନାଏକ ସହ ସଂପାଦକ ରାଜେନ୍ଦ୍ର ଦେହେରି ଅତିଥି ପରିଚୟ କରିଥିବା ବେଲେ ପ୍ରଧାନ ଆଚାର୍ଯ୍ୟ ଲବ ଭରାସାଗର ବାର୍ଷିକ ବୀବରଣି ପଠନ କରିବା ସହ ମଞ୍ଚ ପରିଚାଲନା କରିଥିଲେ । ପୁରସ୍କାର ବିତରଣି ସମୟରେ ମୁଖ୍ଯ ଅତିଥି ଭାବେ ଗୋଷ୍ଠିଶିକ୍ଷା ଅଧିକାରୀ ଅଜୟ କୁମାର୍ ଲୁହା ,ମୁଖ୍ଯ ବକ୍ତା ଭାବରେ ଗବେଷକ ଡ. ଅନିରୁଦ୍ଧ କୁରୁକୁରିଆ ଯୋଗଦେଇ ଶିଶୁର ଆଦର୍ଶ ଚରିତ୍ର ଓ ରାଷ୍ଟ୍ରନିର୍ମାଣରେ ଶିକ୍ଷାର ଭୂମିକା ବୋଲି ମତ ରଖିଥିଲେ। ଛାତ୍ରଛାତ୍ରୀ ତଥା ବିଦ୍ଯାଲୟର ଉନ୍ନତି କାମନା କରିବା ସହ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ଯୋଗେସ୍ବର ଦାସ। କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରି ମାନଙ୍କୁ ମାନପତ୍ର ସହ ପୁରସ୍କାର ବିତରଣ କରିଥିଲେ ଜନାର୍ଦନ ସାହୁଙ୍କ ତତ୍ବବଧାନରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାସ୍କ୍ରୁତିକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଦୀର୍ଘ ଦିନ ଧରି ଶିଶୁମାନଙ୍କୁ ବିଭିନ୍ନ ପ୍ରକାର ନୃତ୍ୟ, ସଙ୍ଗୀତ, ଯୋଗ ପ୍ରଦର୍ଶନୀ, ଡ୍ରାମା, ନାଟକ ନିଦର୍ଶନା ଦେଇ ପ୍ରସ୍ତୁତି କରାଇଥିଲେ। ଏହି ଉତ୍ସବ ରେ ଶୁଭେଚ୍ଛୁ , ପୂର୍ବ ଛାତ୍ର ଛାତ୍ରୀ, ଅବିଭାବକ ଅବିଭାବିକା, ସେବକ ସେବିକା , ପୂର୍ବତନ ଗୁରୁଜୀ ଗୁରୁମା,ପରିଚାଳନା ସମିତି ନିଷ୍ଠା ସହ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ। ଶେଷରେ ଯୁଗ୍ମ ସଂପାଦକ ଠାକୁର ରାଜହଂସ ଧନ୍ୟବାଦ ଦେଇଥିଲେ ।

