ମିର୍ଜାପୁର ଗ୍ରାମର ଜଣେ ଦାଦନ ଶ୍ରମିକର ମୃତ୍ୟୁ। ଗାଁ କୁ ପହଞ୍ଚିଲା ମୃତ ଦେହ

ଆଜତକ ଓଡ଼ିଶା
0


ଧର୍ମଗଡ : କଳାହାଣ୍ଡି ଜିଲ୍ଲା, ଦଣ୍ଡପାଟ ଅଞ୍ଚଳରେ ଆଉ ଜଣେ ଦାଦନ ଶ୍ରମିକର ଆଜି ସକାଳେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।କଳାହାଣ୍ଡି ଜିଲ୍ଲା,କୋକସରା ବ୍ଲକ, ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମିର୍ଜାପୁର ଗ୍ରାମର ଅନିଲ ସାଗର ବୟସ ୪୦ ଆଜକୁ ୩ ବର୍ଷରୁ ଉର୍ଦ୍ଧ୍ବ ହେବ ନିଜ ସ୍ତ୍ରୀ ସହ ରହି ବିଶାଖାପାଟଣାର ହେତ୍ରୋ ନାମକ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ।କମ୍ପାନୀରେ କାମ କରୁଥିବା ବେଳେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ସାଙ୍ଗେ ସାଙ୍ଗେ ନିକଟସ୍ଥ ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବର୍ତମାନ ମୃତ ଦେହ ଆମ୍ବୁଲାନ୍ସ ଯୋଗେ ଗାଁ ମାଟିକୁ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କ ଦୁଇ ପୁଅ ରହିଛନ୍ତି। ତାଙ୍କ ମୃତ ଦେହ ଘରେ ପହଁଚିବା ପରେ ପରିବାର ବର୍ଗ, ବନ୍ଧୁ ବାନ୍ଧବ , ଗ୍ରାମବାସୀ , କଳାକାରମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default