ଚାନ୍ଦବାଲି ଲଜ୍ଜା: କଡ଼ା ଆକ୍ସନ୍ ହେବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଆଜତକ ଓଡ଼ିଶା
0

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ଯେଉଁଠି ଯେଉଁଠି ଏଭଳି ସମସ୍ୟା ପୋଲିସ ପାଖକୁ ଆସୁଛି, ତ୍ୱରିତ ବେଗରେ ଦୋଷୀ ଗିରଫ ହେଉଛନ୍ତି । ମୁଁ ଆଶା ରଖିବି ଦୋଷୀକୁ ତ ଆମେ ଗିରଫ କରିବୁ କିନ୍ତୁ ଏଭଳି ଘଟଣା ସମାଜରେ ଆଉ ନହେଉ । କେବଳ ସରକାରର ନୁହେଁ ସମାଜର ବି ଦାୟିତ୍ୱ ଅଛି । ଭାଗିଦାରୀ କରି ଝିଅମାନଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାରକୁ ରୋକିବାକୁ ପଡିବ । ଏବେ ସରକାରଙ୍କର ବଡ଼ ଦାୟିତ୍ୱ ହେଉଛି ତ୍ୱରିତ ବେଗରେ ଆକ୍ସନ । ପୋଲିସ ଏବଂ ଆଇନ ତା ବାଟରେ ଯିବ, ଯାହା ଆବଶ୍ୟକତା ତାହା କରାଯିବ । ଯିଏ ଦୋଷୀ ତା ବିରୁଦ୍ଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ପୋଲିସ ତା କାମ କରିବା ପାଇଁ ଯାହା ସହଯୋଗ ଦରକାର ତାହା କରାଯାଉଛି । ମହିଳା କମିଶନର ସଦସ୍ୟା ନ୍ୟାୟିକ ତଦନ୍ତ କରିବେ । ଏ କ୍ଷେତ୍ରରେ ସରକାରର ଦାୟିତ୍ୱ ନେଇ ପ୍ରଶ୍ନ ନହେବା କଥା ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି lଏହା ସହିତ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଯେଉଁଠୁ ଯେଉଁଠୁ ଏଭଳି ଘଟଣା ପୋଲିସ ପ୍ରଶାସନ ପାଖକୁ ଆସୁଛି ତ୍ୱରିତ ବେଗରେ ଅଭିଯୁକ୍ତ ଗିରଫ ହେଉଛି । ଝିଅମାନଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାରକୁ ରୋକିବାର ସମୟ ଆସିଛି । ଏଭଳି ଘଟଣା ଯେପରି ସମାଜରେ ନ ହେଉ ସେଥିପାଇଁ ସରକାରଙ୍କ ସହିତ ସମାଜର ମଧ୍ୟ ଦାୟିତ୍ୱ ରହିଛି । ଏବେକାର ସରକାରଙ୍କ ବଡ଼ ଦାୟିତ୍ୱ ହେଉଛି ତ୍ୱରିତ ବେଗରେ କାର୍ଯ୍ୟାନୁଷ୍ଠାନ, ପୋଲିସ ଓ ଆଇନ ତା ବାଟରେ ଯିବ ଏବଂ ଯିଏ ଦୋଷୀ ତା ବିରୁଦ୍ଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପର୍ଯ୍ୟଟନ ସ୍ଥଳୀର ସୁରକ୍ଷା ପାଇଁ ଗୃହ ବିଭାଗ ଏବଂ ପର୍ଯ୍ୟଟନ ବିଭାଗ ସହିତ ତିନି ଥର ବୈଠକ ଶେଷ ହୋଇଛି । ଖୁବ ଶୀଘ୍ର ରାଜ୍ୟରେ ପର୍ଯ୍ୟଟନ ବ୍ୟବସ୍ଥା ମଧ୍ୟ ଲାଗୁ ହେବ

Post a Comment

0 Comments

Please Select Embedded Mode To show the Comment System.*

3/related/default