ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକ୍ରିୟା ୫ରୁ ୬ ମାସ ଭିତରେ ସରିବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇ ଦିଆଯାଇଛି। ଏହାପୂର୍ବରୁ ପ୍ରଥମେ ହାଇ ଲେବେଲ କମିଟି ବୈଠକ ବସିବ। ଏହାପରେ ମ୍ୟାନେଜିଂ କମିଟିକୁ ଏହି ପ୍ରସଙ୍ଗ ଆସିବ। ଅନୁମୋଦନ ପରେ କେବେଠୁ ଗଣତି ମଣତି, ସରକାରଙ୍କୁ ଜଣାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।ସେପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ବିବରଣୀ ପ୍ରଦାନ କରିଛନ୍ତି ଜଷ୍ଟିସ୍ ବିଶ୍ବନାଥ ନାଥ । ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ମରାମତି ପରେ ମହାପ୍ରଭୁଙ୍କ ଅଳଙ୍କାରକୁ ପୂର୍ଣ୍ଣ ସ୍ଥାପିତ କରାଯାଇଛି । ଆସନ୍ତା ୨୭ ତାରିଖରେ ରତ୍ନଭଣ୍ଡାର ସମ୍ପର୍କିତ ନେଇ ବୈଠକ ବସିବ । ଗଣତି ମଣତି ନେଇ ଏସଓପି ଉପରେ ଆଲୋଚନା ହେବ ବୋଲି ଜଷ୍ଟିସ୍ ରଥ କହିଛନ୍ତି । ଏହାଛଡ଼ା ଏ ବାବଦରେ ସେ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ସହଯୋଗ କାମନା କରିଛନ୍ତି । ୧୯୭୮ ମସିହାରେ ହୋଇଥିବା ଗଣତି ମଣିତ ତାଲିକା ସହ ମେଳ କରାଯିବ । ଜାନୁଆରୀ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ ଚାହୁଁଛୁ ବୋଲି ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି ।
ଖୁବଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟାସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ
Wednesday, December 24, 2025
0

Tags