ଜୁନାଗଡ଼ :- ୨୫/୧୨( ବିକ୍ରାନ୍ତ ପଟ୍ଟନାୟକ )
ଆଜି ଜୁନାଗଡ଼ ରେ ଜୁନାଗଡ଼ ହିନ୍ଦୁ ସଙ୍ଘ ତରଫରୁ ହିନ୍ଦୁ ଯୁବା ଶକ୍ତି କୁ ନେଇ ଏକ ବିଶାଳ ବାଇକ ରାଲି କରାଯାଇଥିଲା । ସେଥିରେ ଶ୍ରୀ ବିକାଶ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଜୁନାଗଡ଼ ତଥା ପଂଚାୟତ ରୁ ବହୁ ସଂଖ୍ୟାରେ ଯୁବ ଶକ୍ତି ଭାଇ ମାନେ ଯୋଗ ଦେଇଥିଲେ । ଭାରତ ମାତା କି ଜୟ, ନାରା ଓ ଜୟ ଶ୍ରୀ ରାମ ନାରା ରେ ପୁରା ଜୁନାଗଡ଼ କମ୍ପି ଉଠୁଥିଲା । ସ୍ଥାନୀୟ ଟାଉନ ହଲ ଠାରୁ ଆରମ୍ଭ ହେଇ ଓରିଆନ ଛକ, ବ୍ଲକଅଫିସ, ପୁରୁଣା ବସଷ୍ଟାଣ୍ଡ ଠାରେ ମହୋମ୍ମେlଦ ୟୌନୁଷ ର କୁଶପୁତ୍ତଳିକା ଦାହ କରାଗଲା । ଓ ବାଂଲାଦେଶ ମୁର୍ଦାବାଦ, ଦିପୁ ଦାସ ଙ୍କୁ ନ୍ୟାୟ ଆମର ଦାବୀ ନାରା ରେ ଜୁନାଗଡ଼ ଗୁଞ୍ଜି ଉଠିଲା ପରେ ସେଠାରୁ ବାହାରି ମା ଲଙ୍କେଶ୍ୱରୀ ମନ୍ଦିର ଦେଇ ହସ୍ପିଟାଲ ଛକ ଦେଇ ମାରୱାଡି ପଡା ହେଇ ପୁରୁଣା ବସଷ୍ଟାଣ୍ଡ ଦେଇ ହନୁମାନ ମନ୍ଦିର ପାଖରେ ସମାପ୍ତ ହେଇଥିଲା ଆଜିର ଏହି ରାଲି ରେ ଜୁନାଗଡ଼ ହିନ୍ଦୁ ସଙ୍ଘ ପକ୍ଷ ରୁ ପ୍ରଶାନ୍ତ ନିଆଲ, ବବଲୁ ସାହୁ, ଅଙ୍କିତ ସାହୁ, ରାହୁଲ,ବାଦଲ ଶବର, ସୌରଭ ମିଶ୍ର, ମାନସ ମେହେର, ସନ୍ଦୀପ ସାହୁ, ତାପସ ସାହୁ, ପପୁ ଓ ଅନେକ ହିନ୍ଦୁ ଯୁବକ ଭାଇ ମାନେ ଯୋଗ ଦେଇ ଥିଲେ । ଏଥିରେ ବଜରଙ୍ଗଦଳ, ବିଶ୍ୱହିନ୍ଦୁ ପରିଷଦ, ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲ, ଆଇନଜୀବୀ ହିମାଂଶୁ ବରାଡ଼, ପୂର୍ବତନ ନଗରପାଳ ତଥା ଆଇନଜୀବୀ ସୁଧାଂଶୁ ବରାଡ଼ ଜୁନାଗଡ଼ ଭାଜପା ନଗର ସଭାପତି ବିକ୍ରାନ୍ତ ପଟ୍ଟନାୟକ ଓ ଜୁନାଗଡ଼ ର ନାଗରିକ ମାନେ ଯୋଗଦାନ କରିଥିଲେ । ଆଗାମୀ ଦିନ ରେ ବାଂଲାଦେଶୀ ମାନଙ୍କୁ ଜୋରଦାର ବିରୋଧ କରାଯିବ ଓ ଜୁନାଗଡ଼ ରୁ ବାହାର କରାଯିବ ବୋଲି ନିଷ୍ପତି ନିଆଗଲା ।

