ଝରିଗାଁ : (ବୁଦୁରାମ ଗଣ୍ଡ) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ମିନି ଷ୍ଟାଡିୟମ ପରିସର ମଧ୍ୟରେ ଆଜି ବିଜେପି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ୧୦୧ ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ଏହି ଜନ୍ମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥିଭାବେ ଝରିଗାଁ ବିଧାୟକ ନରସିଂହ ଭତରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଉମରକୋଟ ବିଧାୟକ ପ୍ରତିନିଧି ସୋନା ମାଝୀ,ଏସଟି ମୋର୍ଚା ସଭାପତି ଶ୍ୟାମସୁନ୍ଦର ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗଦିଶ କଳାର, ଆତ୍ମା ଚେୟାରମ୍ୟାନ ଚିତ୍ର ପ୍ରସାଦ ତିୱାରୀ, ଜିଲ୍ଲା ସଂପାଦକ ବୁଲୁ ଷଡ଼ଙ୍ଗୀଙ୍କ ସମେତ ବରିଷ୍ଠ କାର୍ଯ୍ୟକର୍ତା ମାନଙ୍କ ମଧ୍ୟରେ ପ୍ରତାପ ବାଘ, ମହେଶ୍ୱର ତିୱାରୀ, ମନୁ ଭତରା, ଦିଗାମ୍ବର ସାନ୍ତା, ଭୁଜବଳ ଗୌଡ଼, ଈଶ୍ୱର ଭତରା, ପ୍ରପୁଲ ପ୍ରଧାନୀ, ଗୋଜେନ୍ଦ୍ର ପାଣ୍ଡେ, ପୁରସ୍ତମ ଗଣ୍ଡ, ସୁଧାମ ତିୱାରୀ, ସୁଜନ ଭକ୍ତ, ପବିତ୍ର ଦେଉଡି ଓ ଅନ୍ୟାନ୍ୟ ବିଜେପି କର୍ମକର୍ତାମାନେ ଉପସ୍ଥିତ ରହିଥିଲେ । ମୁଖ୍ୟ ଅତିଥି ଶ୍ରୀ ଭତରା ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ବାଜପେୟୀଙ୍କ ଉଦେଶ୍ୟରେ ନିଜ ଅବିଭାଷଣ ରଖିବାକୁ ଯାଇ ପୂର୍ବତନ ପ୍ରଧାନମନ୍ତ୍ରୀ 'ଭାରତ ରତ୍ନ' ଅଟଳ ବିହାରୀ ବାଜପେୟୀ ଜଣେ ପ୍ରଖର ରାଷ୍ଟ୍ରବାଦୀ, ସୁଶାସନର ମାର୍ଗଦର୍ଶକ, ବିଶ୍ୱବନ୍ଦିତ ଜନନାୟକ, ଆଧୁନିକ ଭାରତର ଶିଳ୍ପୀ, ଆମ ସମସ୍ତଙ୍କର ପ୍ରେରଣା ପୁଞ୍ଜ ବୋଲି ସମ୍ବୋଧିତ କରିବା ସହିତ ସେ ଜଣେ ପ୍ରଖର ରାଷ୍ଟ୍ରଭକ୍ତ ଓ ମାନବତାବାଦୀ ନେତା ଭାବେ ତାଙ୍କ ବ୍ୟକ୍ତିତ୍ୱ ଅନନ୍ୟ ଥିଲା ବୋଲି କହିଥିଲେ।ରାଜନୀତିକୁ 'ରାଷ୍ଟ୍ରନୀତି' ରେ ପରିଣତ କରିବାର ସେ ଥିଲେ ପ୍ରକୃତ କର୍ଣ୍ଣଧାର। ତାଙ୍କର ପ୍ରତିଟି ନିଷ୍ପତ୍ତିରେ ଦେଶର ଉନ୍ନତି ଓ ଜନକଲ୍ୟାଣର ସ୍ୱର ପ୍ରତିଧ୍ୱନିତ ହେଉଥିଲା।ମା’ ଭାରତୀଙ୍କ ସେବା ପାଇଁ ସମର୍ପିତ ତାଙ୍କର ଯଶସ୍ୱୀ ଜୀବନ ଓ ଆଦର୍ଶ ଆମକୁ ଏକ ବିକଶିତ ଓ ସମୃଦ୍ଧ ଭାରତ ଗଠନ କରିବାକୁ ନିରନ୍ତର ଉତ୍ସାହିତ କରିବ ବୋଲି ନିଜ ଅବିଭାଷଣରେ କହିଥିଲେ।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀଙ୍କ ୧୦୧ତମ ଜନ୍ମଜୟନ୍ତୀ ପାଳିତ
Thursday, December 25, 2025
0

Tags