ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଆଜତକ ଓଡ଼ିଶା
0

ନୁଆପଡ଼ା ୦୧/୧୨ (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାଲେଭଟାର ପ୍ରଧାନ ଶିକ୍ଷକ ସାନ ପ୍ରଧାନ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଡ଼ତୋର ର ପ୍ରଧାନ ଶିକ୍ଷୟିତ୍ରୀ ଗତକାଲି ଅବସର ଗ୍ରହଣ କରିଛନ୍ତି। ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ରେଶମ ଲାଲ ନାଏକ ,ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ଅହିଂସା ରଞ୍ଜନ ପଟ୍ଟନାୟକ, ନିରୋଦ ପାଢ଼ୀ, ବିଦ୍ୟାଧର ମିଶ୍ର,ନରେନ୍ଦ୍ର ରଥ, ଅନୁଦ ରାମ ପଟେଲ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅମିଲାଲ ଶବର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲିଲେଶ୍ୱରି ମାଝୀ , ବିଜ୍ଞାପିତ ଅଂଚଳ ପରିଷଦ କାଉନସେଲର ରାନୁ ସାହୁ , ଗ୍ରାମର ବରିଷ୍ଠ ବ୍ୟକ୍ତି କୈଳାସ ସାହୁ ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକଙ୍କ ଶିକ୍ଷକତା ଜୀବନର ଗୁଣଗରିମା ବଖାଣିବା ସହିତ ଅବଶିଷ୍ଟ ଜୀବନ ସୁଖମୟ ହେଉ ବୋଲି ମତପ୍ରକାଶ କରିଥିଲେ। ଅବସରକାଳୀନ ସଭାରେ ଶିକ୍ଷକ ସରୋଜ ଅଗସ୍ତି, ସଂଜୟ ପାଢ଼ୀ, ପ୍ରମୋଦ ମିଶ୍ର, ବିନୋଦ ସିଂ ଠାକୁର, ଶଙ୍କର୍ଷଣ ପୁରୋହିତ , ଶାନ୍ତନୁ ସାହୁ , ଚୁରନ ସାହୁ, ବିଶ୍ଵ ରଞ୍ଜନ ମିଶ୍ର , ଭବତୋଷ ଦାସ, କାନ୍ତିଲାଲ ଶବର,ବିଶେଶ୍ୱର ପାଣିଗ୍ରାହୀ, ଶିକ୍ଷୟିତ୍ରୀ ନିରୁପମା ସୂପକାର , ମଧୁମିତା ବାରିକ , ରେଣୁବାଳା ସାମଲ , ତନୁଜା ପଣ୍ଡା ତଥା ଗ୍ରାମର ବ୍ୟକ୍ତି ବିଶେଷ,ଶିକ୍ଷକ, ଶିକ୍ଷୟିତ୍ରୀ , ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ଭବ୍ୟ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଶିକ୍ଷକ କିଶୋର କୁମାର ପରିଡ଼ା ମଞ୍ଚ ପରିଚାଳନା କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default