ନୂଆପଡା ୦୧/୧୨ (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ କେଶରାଜପୁର ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି। ଏହି ବିଜ୍ଞାନ ମେଳା କୁ ବିଦ୍ୟାଳୟ ର ଅଧ୍ୟକ୍ଷ ଚିତ୍ତରଞ୍ଜନ ମଟାରୀ ଯୋଗ ଦେଇ ଉଦ୍ଘାଟନ କରିବା ସହ ବିଜ୍ଞାନ ବିଷୟ ପ୍ରତି ଛାତ୍ର ଛାତ୍ରୀଙ୍କ ମଧ୍ୟରେ ରୁଚି ଜାଗ୍ରତ ସହ ଅନ୍ତର୍ନିହିତ ପ୍ରତିଭା କୁ ପ୍ରୋତ୍ସାହିତ କରିବା ପ୍ରୟାସ ବୋଲି କହିଥିଲେ। ଏହି ମେଳାରେ ବିଜ୍ଞାନ, ଗଣିତ ଏବଂ ସାମାଜିକ ବିଜ୍ଞାନ ର ମୋଟ ୧୨୦ ଗୋଟି ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । କୃତିତ୍ୱ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ପ୍ରଦାନ କରାଯାଇ ଥିଲା । ଏହି ସଭାରେ ପ୍ରକଳ୍ପ ଗୁଡ଼ିକର ବିଚାରକ ଭାବେ ଝଗ୍ରାହି ଆଦର୍ଶ ବିଦ୍ୟାଳୟ ର ପଦାର୍ଥ ବିଜ୍ଞାନ ଶିକ୍ଷକ ସୁରଜ କୁମାର ମହାନ୍ତି, ବାଦୀ ଆଦର୍ଶ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ହରିଶ ଚନ୍ଦ୍ର ଶବର, ଖଇରା ଜନଶକ୍ତି ହାଇସ୍କୁଲ ବିଜ୍ଞାନ ଶିକ୍ଷକ ଅଭୟ କୁମାର ଗୁପ୍ତା, ସୁନାପୁର ହାଇ ସ୍କୁଲର ବିଜ୍ଞାନ ଶିକ୍ଷୟତ୍ରୀ ସଂଗୀତା ବେହେରା ଯୋଗ ଦେଇଥିଲେ । ବିଦ୍ୟାଳୟ ଅନିମା ବାରିକ, ନରୋତ୍ତମ ବାଗ, ଯଦୁମଣି ବାରିକ, ରାମଚନ୍ଦ୍ର ମାଝୀ, ଲିଲି ପଟେଲ,ଦେବସ୍ମିତା ହାଁସଦା, ସତ୍ୟ ପ୍ରକାଶ ଦଣ୍ଡସେନା, ଶୁଭଶ୍ରୀ ସାହୁ, ସୁନିତା ସାହୁ, କ୍ଷେତ୍ର ମାଝୀ, ରମ୍ଭା ବେହେରା,ପଙ୍କଜ ମାଝୀ,ଲକ୍ଷ୍ମଣ ବରିହା, ମନୋଜ ବେହେରା, ସାଗର ମହାନ୍ତି, ରଞ୍ଜନ ବଘେଲ ଉପସ୍ଥିତ ହୋଇଥିଲେ । ବିଦ୍ୟାଳୟ ଶିକ୍ଷକ ପଙ୍କଜ ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ କହ୍ନେୟା ପଟେଲ ଧନ୍ୟବାଦ ଦେଇଥିଲେ।
କେଶରାଜପୁର ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ
Monday, December 01, 2025
0

Tags