ନୂଆପଡ଼ା ଜିଲ୍ଲା ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟ ପରିସର ମଧ୍ୟରେ ବିଦ୍ୟାଳୟ ପରିଚାଳନା ସମିତି ବୈଠକ ଅନୁଷ୍ଠିତ, ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ନୂତନ ବିଦ୍ୟାଳୟ କାର୍ଯ୍ୟ ସମୀକ୍ଷା

ଆଜତକ ଓଡ଼ିଶା
0

ନୂଆପଡ଼ା : (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟ ପରିସର ମଧ୍ୟରେ ବିଦ୍ୟାଳୟ ପରିଚାଳନା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ବୈଠକ ରେ ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ଯକ୍ଷତା କରିଥିବା ବେଳେ ନୂତନ ବିଦ୍ୟାଳୟ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଶୀଘ୍ର ନିର୍ମାଣ କାର୍ଯ୍ୟ କୁ ଶେଷ କରିବା ପାଇଁ ନିର୍ମାଣ ସଂସ୍ଥା କୁ ଆହ୍ବାନ କରିଥିଲେ। ବିଦ୍ୟାଳୟ ପାଇଁ ଆବଶ୍ୟକ ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଆହ୍ବାନ, ଛାତ୍ର ଛାତ୍ରୀଙ୍କ ପାଇଁ ଆବଶ୍ୟକ ଶୌଚାଳୟ ନିର୍ମାଣ ନେଇ ଖଡିଆଳ ଏନ୍ ଏ ସି ଦାୟିତ୍ବ ନିର୍ବାହ କରିଛନ୍ତି। ଖଡିଆଳ ମହୋତ୍ସବ ରେ କେନ୍ଦ୍ରୀୟ ବିଦ୍ୟାଳୟ କୁଟୀର ଶିଳ୍ପ ଷ୍ଟଲ ପାଇଁ ଏକ ମାଗଣା ଷ୍ଟଲ ଅନୁରୋଧ କରିଛନ୍ତି। ୧୪ ଲକ୍ଷ ବ୍ୟୟ ରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଅଧିକାରୀ ତୁରନ୍ତ ନିର୍ଦ୍ଧେଶ ଦେଇଥିଲେ। ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସାପ୍ତାହିକ ପରୀକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ଅଧ୍ୟକ୍ଷ ସଂଜୀବ କୁମାର ସାହୁ, ସଦସ୍ୟ ତପନ ରଂଜନ ଦାସ, ଅଧିକ୍ଷଣ ଯନ୍ତ୍ରୀ ସୁଶାନ୍ତ ଶୁକ୍ଳା, ତହସିଲଦାର ନରସିଂହ ଗଡବା, ବିଡ଼ିଓ ମିଳନ ଝଙ୍କାର,ଏନ୍ ଏ ସି ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା, , ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ,ଯୋଗଦେଇଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default