ନୂଆପଡ଼ା ଜିଲ୍ଲା ର ପ୍ରଥମ ବରିଷ୍ଠ ନାଗରିକଙ୍କ କାର୍ଯ୍ୟାଳୟ ଉଦ୍ଘାଟନ, ସମାଜର ବରିଷ୍ଠ ନାଗରିକ, ମନୁଷ୍ୟ ସଭ୍ୟତାର ଏକ ଅନୁଭବି ଓ ଅଭିଜ୍ଞତା ପାର୍ଶ୍ଵ ବୋଲି ଜିଲ୍ଲାପାଳ ଙ୍କ ଆହ୍ବାନ
Thursday, December 04, 2025
0
ନୂଆପଡ଼ା (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ର ପ୍ରଥମ ବରିଷ୍ଠ ନାଗରିକଙ୍କ କାର୍ଯ୍ୟାଳୟ ଉଦ୍ଘାଟନ, ସମାଜର ବରିଷ୍ଠ ନାଗରିକ, ମନୁଷ୍ୟ ସଭ୍ୟତାର ଏକ ଅନୁଭବି ଓ ଅଭିଜ୍ଞତା ପାର୍ଶ୍ଵ ବୋଲି ଜିଲ୍ଲାପାଳ ଆହ୍ବାନ କରିଛନ୍ତି। ବରିଷ୍ଠ ନାଗରିକ ଙ୍କ ପାଇଁ ଅନେକ ସୁବିଧା ଥିବା ବେଳେ ତାଙ୍କ ପାଇଁ ଅନେକ ଆଇନ ରହିଅଛି। ଏହାର ଉର୍ଦ୍ଧରେ ସେମାନଙ୍କୁ ସଙ୍ଗଠିତ ଭାବରେ ବଞ୍ଚିବାର ଅଧିକାର ସହ ସମାଜରେ ସଂସ୍କାର ଆଣିବା ପାଇଁ ଏକ ବଳିଷ୍ଠ ପାର୍ଶ୍ଵ । ଆଜି ବରିଷ୍ଠ ନାଗରୀକ କାର୍ଯ୍ୟାଳୟ ୫ ଲକ୍ଷ ଟଙ୍କାରେ ବିଧାୟକ ପାଣ୍ଠି ରେ ନିର୍ମିତ ହୋଇଥିବା ବେଳେ ଆସନ୍ତା ଦିନରେ ତାଙ୍କ ପାଇଁ ୧୦ ଡିସିମିଲ ଜମି ପ୍ରଦାନ, କାର୍ଯ୍ୟାଳୟ ପରିସର ରେ ପେଭର୍ ବ୍ଲକ କରି ବିଧାୟକ ପାଣ୍ଠିରୁ ପାଚେରୀ ନିର୍ମାଣ କରିବାକୁ ଆହ୍ବାନ କରିଛନ୍ତି। ଅତିଥି ରୂପେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷ ପୁଷ୍ପାଞ୍ଜଳୀ ନନ୍ଦ, ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ଖଡିଆଳ ତହସିଲଦାର ନରସିଂହ ଗଡ଼ବା, ବିଡ଼ିଓ ମିଳନ ଝଙ୍କାର, ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା, ଲମ୍ବୋଦର ନିଆଳ ,ପ୍ରମୁଖ ଯୋଗ ଦେଇଥିଲେ। ସଭାରେ ବରିଷ୍ଠ ନାଗରିକ ରାମେଶ୍ବର ଅଗ୍ରୱାଲ ଅଧ୍ୟକ୍ଷତା କରି ଡ଼ଃ. ରାମଚନ୍ଦ୍ର ମିଶ୍ର ଧନ୍ୟବାଦ ଦେଇଥିଲେ।
Tags


