ବଲାଙ୍ଗିର ୦୯/୧୨ (ଗଣେଶ ଦାସ) ଏସୟୁସିଆଇ(କମ୍ୟୁନିଷ୍ଟ) ବଲାଙ୍ଗିର ଜିଲ୍ଲା ବେଲପଡା ଶାଖା ପକ୍ଷରୁ ମନରେଗା ଯୋଜନାରେ ଅନିୟମିତତା ବନ୍ଦ, ଦୁର୍ନୀତି ବନ୍ଦ କରି କାମ କରୁଥିବା ଶ୍ରମିକ ମାନଙ୍କୁ ସାପ୍ତାହିକ ଭାବରେ ମଜୁରୀ ପ୍ରଦାନ କରିବା, ବେଲପଡାରୁ ବୈଜଲସାଗର ପର୍ଯ୍ୟନ୍ତ ଯାଉଥିବା ଲଷ୍ମୀବସ ସର୍ଗିମୁଣ୍ଡାରୁ କନ୍ଧେନଝୁଲା ରାସ୍ତାର ତୁରନ୍ତ ମରାମତି କରି ଓସାରିଆ କରିବା, ପର୍ଲିମାଲ ରୁ ଛିତକୁଲଜୋର ଗ୍ରାମ ପର୍ଯ୍ୟନ୍ତ ପକ୍କା ରାସ୍ତା ଅବିଳମ୍ବେ ନିର୍ମାଣ କରିବା,କନ୍ଧେନଝୁଲା ଗ୍ରାମରୁ ବାହାବଲ ଗ୍ରାମ ପର୍ଯ୍ୟନ୍ତ ଅବିଳମ୍ବେ ପକ୍କା ରାସ୍ତା ନିର୍ମାଣ କରିବା, କନ୍ଧେନଝୁଲା ଗ୍ରାମର ମେମ୍ବର ପଡାର ଅବିଳମ୍ବେ କଂକ୍ରିଟ ରାସ୍ତା ନିର୍ମାଣ କରିବା, କନ୍ଧେନଝୁଲା ପଂଚାୟତର ଷ୍ଟ୍ରିଟ ଲାଇଟଗୁଡିକ ତୁରନ୍ତ ମରାମତି କରାଯାଉ, ଗମ୍ଭାରୀ ସହିତ ବ୍ଲକର ବିଭିନ୍ନ ସ୍ଥାନରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ଭାବରେ ଚିକିତ୍ସା କରିବା ପାଇଁ ଡାକ୍ତର ଯୋଗାଇଦେବା,କଂସାପଲା ଗ୍ରାମର ପୋଖରୀର ସଫେଇ ତୁରନ୍ତ କରିବା, କଂସାପଲା ଗ୍ରାମର ଅସଂପୂର୍ଣ୍ଣ ପଡି ରହିଥିବା ଅଙ୍ଗନୱାଡି ସେଣ୍ଟର ର ଅବିଳମ୍ବେ ସପୂର୍ଣ୍ଣ ନିର୍ମାଣ କରିବା, ମଦ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟ ନିଶିଦ୍ଧ କରିବା, ସର୍ଗିମୁଣ୍ଡା ଗ୍ରାମରେ ପାଣି ଟାଙ୍କିର କାର୍ଯ୍ୟ ସମାପ୍ତ କରି ତୁରନ୍ତ ପାନୀୟଜଳ ଯୋଗାଇ ଦେବା, ଛିତକୁଲଜୋର ଗ୍ରାମରେ ମନରେଗା କାର୍ଯ୍ୟ ଆରମ୍ଭ କରିବା ଆଦି ଦାବିରେ ବେଲପଡା ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ଦାବିପତ୍ର ବେଲପଡା ବିଡ଼ିଓଙ୍କୁ ଦିଆଯାଇଥିଲା । ଏହି ବିକ୍ଷୋଭ ସଭାରେ ଏସୟୁସିଆଇ(କମ୍ୟୁନିଷ୍ଟ )ର ଜିଲ୍ଲା ସମ୍ପାଦକ କମ୍ରେଡ଼ ସୁନୀଲ କୁମାର ଭୋଇ, ବେଲପଡା ଶାଖାର କମ୍ରେଡ ତାମସ କୁମାର ବେହେରା, ମଧୁସୁଦନ ବାଗ, ଗୌରି ରାଉତ, ଟିକେଶ୍ୱର ମାଝୀ, ରୋହିତ ଲୁହାଙ୍କ ସହିତ ବହୁ ସଂଖ୍ୟାରେ ମହିଳା ଛାତ୍ର ଯୁବକ, କୃଷକ, ଶ୍ରମିକ ଯୋଗ ଦେଇଥିଲେ ।
ଏସୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ବେଲପଡା ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ
Tuesday, December 09, 2025
0

Tags