ବରଘାଟ ଜଙ୍ଗଲରେ ପଡ଼ିଛି ଦନ୍ତା ହାତୀ ମୃତ ଦେହ ଉଦ୍ଧାର କଲା ବନବିଭାଗ

ଆଜତକ ଓଡ଼ିଶା
0

ଉଲୁଣ୍ଡା ୦୨/୧୨ (ରାଜେଶ କୁମାର ବାଘ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବନାଞ୍ଚଳ ଅନ୍ତର୍ଗତ ବରଘାଟ ଦାଦର ଜଙ୍ଗଲରେ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଛି । ହାତୀର ମୃତ୍ୟର କାରଣ ବନବିଭାଗ ସ୍ପଷ୍ଟ କରୁନଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରୁ ନିକଟରେ ୧୧ କେଭି ବିଦ୍ୟୁତ ତାର ଯାଇଥିବବେଳେ କେହି ଦୁର୍ବୁତ୍ତ ବାରହା ଶିକାର ପାଇଁ ବିଛାଇଥିବା ତାରରେ ଲାଗି ଏହି ଦନ୍ତା ହାତୀତିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଖବର ପାଇ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ପହଞ୍ଚି ଘଟଣା ସ୍ଥଳରେ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ଆସନ୍ତାକାଲି ହାତୀଟି ଶବ ବ୍ୟବଚ୍ଛେଦ କଲା ପରେ ମୃତ୍ୟୁର କାରଣ ସ୍ପଷ୍ଟ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

Post a Comment

0 Comments

Please Select Embedded Mode To show the Comment System.*

3/related/default