ସମସ୍ତଙ୍କ ସହମତିକ୍ରମେ କଣ୍ଟାବାଞ୍ଜି ନାଗରିକ କମିଟିର ସଭାପତି ଭାବେ ଶ୍ରୀ ଅରୁନ କୁମାର ତାଣ୍ଡିଙ୍କୁ ମନୋନୀତ କରାଗଲା। ଉପ-ସଭାପତି ଭାବେ ଶ୍ରୀ ରାଜୁ ଛତ୍ରିଆଙ୍କୁ ଚୟନ କରାଗଲା। ସମ୍ପାଦକ ଭାବେ ଶ୍ରୀ ପ୍ରକାଶ ପ୍ରଧାନ, ସହ-ସମ୍ପାଦକ ଭାବେ ଶ୍ରୀ ଜିତୁ ସୁନା (ରୁରେନ୍ଦ୍ର ସୁନାନି)ଙ୍କୁ ଦାୟିତ୍ୱ ଦିଆଗଲା। କୋଷାଧ୍ୟକ୍ଷ ଭାବେ ଶ୍ରୀ ରୋହିତ କୁମାର ଅଗ୍ରୱାଲ ଓ ସହ-କୋଷାଧ୍ୟକ୍ଷ ଭାବେ ଶ୍ରୀ ନୀଲେଶ ଛତ୍ରିଆଙ୍କୁ ମନୋନୀତ କରାଗଲା।
କଣ୍ଟାବାଞ୍ଜିର ବରିଷ୍ଠ ଯୁବ ଆଇନଜୀବୀ ଶ୍ରୀ ବିଧୁଭୂଷଣ ଗୁରୁଙ୍କୁ ଲିଗାଲ ଆଡଭାଇଜର ଭାବେ ଓ ସାମ୍ବାଦିକ ପରିଚାଳକ ଭାବେ ଶ୍ରୀ ପ୍ରମୋଦ ବେହେରା ଓ ଶ୍ରୀ କୋସଳ ଠାକୁରଙ୍କୁ ଚୟନ କରାଗଲା।
ଆକ୍ଟିଭ ମେମ୍ବର ଭାବେ ଲୋକେଶ ଭୋଇ, ସୁଶିଲ କୁମାର ବେହେରା, ସନ୍ତୋଷ ଅଗ୍ରୱାଲ, ମନୋଜ ଚିହ୍ନାଗୁନ, ବିଶାଳ ତାଣ୍ଡି, ଟେମୁ ନାଏକ ଓ ଜଗଦୀଶ ନାଗଙ୍କୁ ସାମିଲ କରାଗଲା। ସାଧାରଣ ସଦସ୍ୟ ଭାବେ ଦିଗେଶର ଠେଲା, ପ୍ରତାପ ବୋନଛର, ଅମିତ ଦାସ, ମଦନ ଦୀପ ଓ ରଘୁନାଥ ବୋନଛରଙ୍କୁ ନେଇ ସଂଗଠନ ଗଠନ ସମ୍ପୂର୍ଣ୍ଣ କରାଗଲା।
ବୈଠକରେ ପ୍ରତିମାସ ସଂଗଠନର ସୁଚାରୁ ପରିଚାଳନା ଓ ଆର୍ଥିକ ବ୍ୟବସ୍ଥା ପାଇଁ ମାସିକ ଅନୁଦାନ ବା ଫଣ୍ଡ କଲେକ୍ସନ କରିବା ନେଇ ସିଦ୍ଧାନ୍ତ ଗ୍ରହଣ କରାଗଲା। ଆଗାମୀ ବୈଠକରେ ସୋସାଇଟି ରେଜିଷ୍ଟ୍ରେସନ ଓ କିଛି ପଦପଦବୀର ସାମାନ୍ୟ ସଂଶୋଧନ କରି ସଂଗଠନକୁ ଆଗକୁ ନେବା ନେଇ ଆଲୋଚନା ହୋଇଥିଲା। ପରିଶେଷରେ ସମସ୍ତଙ୍କ ସହମତିରେ ବୈଠକ ସମାପ୍ତ ହୋଇଥିଲା।

