ବ୍ଲକ ସ୍ତରୀୟ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ପାଲିତ

ଆଜତକ ଓଡ଼ିଶା
0

ନୁଆପଡ଼ା ୦୩/୧୨ (ବିରବଲ ପ୍ରଧାନ) ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଖରୀଆର ରୋଡ ଠାରେ ନୂଆପଡ଼ା ବ୍ଲକ ସ୍ତରୀୟ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୀତାରାଣୀ ଯୋଷୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ପ୍ରଶାନ୍ତ କୁମାର ମହାନ୍ତି , ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା, ସହଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି. ଆର. ସି. ସି. ଚୈତ୍ ରାମ ନାଏକ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ଦାସ ଯୋଗଦେଇ କାର୍ଯ୍ୟକ୍ରମଟିର ଶୁଭ ଉଦଘାଟନ କରି ଦିଵ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗ ଦ୍ଵାରା ଦିଆଯାଉଥିବା ସୁବିଧା ଓ ସୁଯୋଗ ବିଷୟରେ ଅବଗତ କରାଇ ଏହାର ଲାଭ ଉଠାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଙ୍ଗୀତ, ମିଉଜିକାଲ ଚେୟାର, ଜିଲେବି ଦୌଡ଼ , ହାଣ୍ଡିପିଟା, ବକେଟ ବଲ ଫିଙ୍ଗା, ଦୌଡ଼ ପ୍ରତିଯୋଗୀତାମାନ ଆୟୋଜିତ କରାଯାଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୀତରାଣୀ ଯୋଶୀ, ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉତ୍କଳମଣୀ ଅଗସ୍ତୀ , କେ. ଭି. ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଵିନୋଦ ପାଢ଼ୀ,ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୀନବନ୍ଧୁ ଦାସ ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବି. ଆର. ଟି. ଉପେନ୍ଦ୍ର ସାମଲ, କାର୍ତ୍ତିକ ବିଶ୍ବାଳ, ସମସ୍ତ ସି. ଆର. ସି. ସି, ଅନ୍ତରନୀବେଶୀ ଶିକ୍ଷା ସ୍ବେଚ୍ଛାସେବୀ, କ୍ରୀଡା ଶିକ୍ଷକ ସହଯୋଗ କରିଥିଲେ। ଶିକ୍ଷକ କିଶୋର ଚନ୍ଦ୍ର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default