କଡ଼ା ସୁରକ୍ଷା ବଳୟରେ କ୍ୟାପଟେନ୍ ଓ କୋଚଙ୍କୁ ଦର୍ଶନ କରାଇଲୁ। ସେବାୟତ, ସୁରକ୍ଷା ଅଧିକାରୀ ଓ ଜନସାଧାରଣଙ୍କ ସହଯୋଗ ପାଇଁ ଖେଳାଳିମାନେ ଭଲରେ ଦର୍ଶନ କଲେ।' ପ୍ରତୀକ ସିଂ, ପୁରୀ ଏସପି

ଆଜତକ ଓଡ଼ିଶା
0


ଭୁବନେଶ୍ୱର /ପୁରୀ (ସମୀର ରଞ୍ଜନ ନାୟକ) ଆଜି କଟକ ବାରବାଟୀରେ ବିଗ୍ ଫାଇଟ୍। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍। ଭାରତୀୟ ଟିମ୍‌ର ବିଜୟ ପାଇଁ କୋଚ୍ ଗୌତମ ଗମ୍ଭୀରଙ୍କ ସମେତ, ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ୱାସିଂଟନ ସୁନ୍ଦର ଓ ତିଲକ ବର୍ମା ପୁରୀ ଶ୍ରୀମନ୍ଦିରରେ ପହଂଚି ମହାପ୍ରଭୁ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଛନ୍ତି।ସୂଚନା ଥାଉକି, ବାରବାଟୀରେ ଆଜି ଲଢ଼ିବେ ଭାରତ-ଦକ୍ଷିଣ ଆଫ୍ରିକା । ଏଥିପାଇଁ ମହାପ୍ରଭୁଙ୍କ ଶରଣରେ ପହଞ୍ଚିଛି ଟିମ୍ ଇଣ୍ଡିଆ । କୋଚ୍‌ଙ୍କ ସହ କିଛି ଖେଳାଳି ବି ଦର୍ଶନ କରିଛନ୍ତି । ଏହାପର ସେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । ସନ୍ଧ୍ୟା ୭ଟାରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ । ୫ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବାରବାଟୀରୁ ଆରମ୍ଭ ହେବ । ଘରୋଇ ଦଳ ଟେଷ୍ଟ୍ ଶୃଙ୍ଖଳାକୁ ୦-୨ରେ ହାତଛଡ଼ା କରିବା ପରେ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତି ସମ୍ମାନ ବଜାୟ ରଖିଛି । ଏବେ ନୂଆ ଶୃଙ୍ଖଳା ଓ ନୂଆ ଆହ୍ବାନ ସହିତ ସୂର୍ଯ୍ୟ ସେନା ଏହି ଛୋଟ ଫର୍ମାଟ୍ରେ ନିଜ ପ୍ରାଧାନ୍ୟ ବିସ୍ତାର କରିବ ବୋଲି ବିଶ୍ବାସ କରାଯାଉଛି । ବାରବାଟୀରେ ଅନୁଷ୍ଠିତ ଦୁଇଟି ଯାକ ଟ୍ବେଣ୍ଟି-୨୦ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଛି ଭାରତ ଏବଂ ଉଭୟ ଥର ପରାସ୍ତ ହୋଇଛି । ଭାରତ ଏହି ଧାରାକୁ ଭାଙ୍ଗିବାକୁ ଚେଷ୍ଟା କରିବ ।

Post a Comment

0 Comments

Please Select Embedded Mode To show the Comment System.*

3/related/default