ନୁଆପଡ଼ା ୮/୧୨ (ବିରବଲ ପ୍ରଧାନ) ନିଉଜ ସଂଗ୍ରହରେ ଯାଉଥିବା ନୂଆପଡା ଜିଲ୍ଲାର ଦୁଇ ସାମ୍ବାଦିକ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଥିବା ଜଣା ପଡିଛି। ସୂଚନା ଅନୁସାରେ ଦର୍ଶନ ଖବର କାଗଜର ଜିଲ୍ଲା ପ୍ରତିନିଧି ଦିଲିପ ଦଳପତି ଏବଂ ବ୍ଲକ ପ୍ରତିନିଧି ତେଜୁରାମ ନାଏକ ଉଭୟେ ସୋମବାର ସକାଳରୁ ନୂଆପଡା ଅଭିମୁଖେ ଖବର ସଂଗ୍ରହରେ ଜିଲ୍ଲା ହେଡ଼ କ୍ୱାଟରକୁ ଯାଇ କୋମନା ବ୍ଲକରେ ଆୟୋଜିତ ଜିଲ୍ଲାପାଳଙ୍କ ଜନ ଶୁଣାଣୀ ଶିବିରରେ ଯୋଗ ଦେବାକୁ ଆସୁଥିବା ବେଳେ ନୂଆପଡା ସ୍ଥିତ ୩୫୩ ନମ୍ବର ଜାତୀୟ ରାଜପଥର ପାଣିଗ୍ରାହୀ ପେଟ୍ରୋଲ ଟାଙ୍କି ନିକଟରେ ପଛ ପଟୁ ଏକ ଅଜଣା ବାଇକ ଧକ୍କା ଦେଇ ଫେରାର ମାରିଥିଲା। ଫଳରେ ଦୁଇ ସାମ୍ବାଦିକ ତଳେ ପଡିଯାଇ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟ ସାମ୍ବାଦିକ ଙ୍କୁ ଉଦ୍ଧାର କରି ଜିଲ୍ଲା ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତି କରିଥିଲେ। ସାମାନ୍ୟ ଚିକିତ୍ସା ପରେ ବର୍ତମାନ ଉଭୟ ଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ନିଜେ ସାମ୍ବାଦିକ
ଦ୍ବୟ ପ୍ରକାଶ କରିଛନ୍ତି।

