ଆସନ୍ତା ୧୩ରୁ ବାଘପାଲି ବକୁଳ ମହୋତ୍ସବ

ଆଜତକ ଓଡ଼ିଶା
0
ପ୍ରସିଦ୍ଧ ବକୁଳ ଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ 


ଉଲୁଣ୍ଡା ୦୧/୧୨ (ରାଜେଶ କୁମାର ବାଘ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଗ୍ରାମ ପଂଚାୟତ ଅନ୍ତର୍ଗତ ସିଦ୍ଧଯୋଗୀ ଚନ୍ଦ୍ରମଣି ଦାସ ସମାଧି ପୀଠ, ବାଘପାଲି ଠାରେ ପ୍ରସିଦ୍ଧ ବକୁଳ ଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଟ୍ରଷ୍ଟ ସଭାପତି ରାଜେନ୍ଦ୍ର ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଗୁରୁ ମହାରାଜଙ୍କ ପାଦପଦ୍ମରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା, ତାପରେ ଟ୍ରଷ୍ଟ ସମ୍ପାଦକ ମକୁନ୍ଦ ଧରୁଆ ବିବରଣୀ ପଠନ କରିଥିଲେ । ପରେ ସଭାପତି ଶ୍ରୀ ପାଢ଼ୀ ଚଳିତ ବର୍ଷ ଦୁଇଦିନ ବକୁଳ ଅମାବାସ୍ୟା ହେଉଛି, ଯେଉଁ ଦିନ ପୁରୀ ଶ୍ରୀମନ୍ଦିରରେବକୁଳ ଲାଗି ଅମାବାସ୍ୟା ପାଳନ କରାଯାଉଛି ସେହି ଦିନ ଆମେ ମଧ୍ୟ ବକୁଳ ଯାତ୍ରା ମହୋତ୍ସବ ପାଳନ କରିବା ଯାହାକି ଆସନ୍ତା ୧୩ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ପ୍ରକାଶ କରିଥିଲେ । ୧୫ତାରିଖରେ ସିଦ୍ଧଯୋଗୀ ଚନ୍ଦ୍ରମଣି ଦାସଙ୍କ ତିରୋଧାନ ଦିବସ ପାଳନ କରାଯିବ ଏବଂ ୧୯ତାରିଖରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହେବ, ୨୦ତାରିଖରେ ପୂର୍ଣ୍ଣାହୁତି ହେବ । ଚଳିତ ବର୍ଷ କିଭଳି ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଗଲା ଏବଂ ଆଇନ ଶୃଙ୍ଖଳା କରିବା ପାଇଁ ପୋଲିସ ବିଭାଗକୁ ପତ୍ର ମାଧ୍ୟମରେ ଅବଗତ କରାଯିବ ଆଉ ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ଅବଗତ କରାଯିବ । ପରେ ମହୋତ୍ସବକୁ ଶୃଙ୍ଖଳିତ ଢଙ୍ଗରେ ପରିଚାଳନା କରିବା ପାଇଁ ବିଭିନ୍ନ ଉପ କମିଟୀ ଗଠନ କରାଗଲା ଯାହା ଟ୍ରଷ୍ଟ ସଦସ୍ୟ ମାନେ ସମସ୍ତ କମିଟିକୁ ତଦାରଖ କରିବେ । ଶେଷରେ ସମାରୁ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଟ୍ରଷ୍ଟ ସଦସ୍ୟ ଉତ୍ତର କୁମାର ପାତ୍ର, ନରସିଂହ ପଧାନ, ପଦ୍ମନ କୁମାର ପଣ୍ଡା, ନଳିନୀ କାନ୍ତ ବାଘ, ଜୟଲାଲ ସେଠି, ଫଗୁନୁ ପଧାନ, କୃପାସିନ୍ଧୁ ଥାଟି, ଯେହେରୁ ପଧାନ, ଫକୀର ପୁରୋହିତ, ଅଭିଷେକ ଅମାତ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default