ଝରିଗାଁ କଲେଜରେ ବିଶ୍ଵ ଏଡ଼ସ ଦିବସ ପାଳନ

ଆଜତକ ଓଡ଼ିଶା
0

ଝରିଗାଁ ୦୧/୧୨ (ବୁଦୁରାମ ଗଣ୍ଡ) ସ୍ଥାନୀୟ ଝରିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ୍ କ୍ରସ ଏବଂ ରେଡ୍ ରିବନ୍ କ୍ଲବ୍ ର ମିଳିତ ଆନୁକୁଲ୍ୟରେ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଛି। ଇତ୍ୟବସରରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଏଡ଼ସ ସଚେତନତା ପାଇଁ ଏକ ବିଶାଳ ଶୋଭାଯାତ୍ରା କରାଯାଇଥିଲା। ଏଡ଼ସ ର ନିରାକରଣ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଲୋଗାନ ଦେଇ ଛାତ୍ର ଛାତ୍ରୀ ନଗର ପରିକ୍ରମା କରିଥିଲେ। ତତ୍ ପରେ ଶିକ୍ଷାନୁଷ୍ଠାନରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ନିମନ୍ତ୍ରିତ ଓ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ଶିବ ପ୍ରସାଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ସ୍ଥଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଝରିଗାଁ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରର ଡ଼,ବିଭୂତି ଭୂଷଣ ଦାସ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଏଡ଼ସ ରୋଗ ସମ୍ପର୍କରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଆ ଅଧ୍ୟାପକ ଗୋପାଳ ମହାରଣା,ଇଂରାଜୀ ଅଧ୍ୟାପକ ଶଙ୍କର କୁମାର ନାଲା,ଅର୍ଥନୀତି ଅଧ୍ୟାପିକା ତୁଷାରି କୁମାରୀ ପଟ୍ଟନାୟକ ଓ ଗ୍ରନ୍ଥ ପାଳକ ମନୋଜ କୁମାର ମହାପାତ୍ର ଯୋଗଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଯୁବ ରେଡ୍ କ୍ରସ୍ କାଉନସିଲର ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ସନ୍ତୋଷ କୁମାର ଖିଲାର ସହଯୋଗ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମଧ୍ୟରେ କାଞ୍ଚନ ହରିଜନ,ଭଗବାନ କୁମ୍ଭାର, କୃପାସିନ୍ଧୁ ଦୁରିଆ, ଜାନକୀ ହରିଜନ , ରତୁଲା ପରଜା, ମନିତା ମାଝୀ, ଚଇତି ସାନ୍ତା, ନନ୍ଦିନୀ ରେଲି ଓ ସଞ୍ଜୁ ମାଝୀ କୃତିତ୍ୱ ହାସଲ କରିଥିଲେ।


ଝରୀଗାଁ ରୁ ବୁଦୁରାମ ଗଣ୍ଡ ଙ୍କ ରିପୋର୍ଟ ଆଜତକ ଓଡିଶା

Post a Comment

0 Comments

Please Select Embedded Mode To show the Comment System.*

3/related/default