ଧର୍ମଗଡ, କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ବଡ଼ଘୁମେର ଗ୍ରାମ ଠାରେ ମହାଭାରତ ମହାପାରାୟଣ ଜ୍ଞାନଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ ହୋଇଯାଇଛି।ମହାଭାରତ ଆସନ୍ତା ତା ୦୨/୦୪/୨୦୨୬ ଗୁରୁବାର ଠାରୁ ୦୨/୦୫/୨୦୨୬ ଶନିବାର ପର୍ଯ୍ୟନ୍ତ ଏକମାସ ବ୍ୟାପି ଆୟୋଜିତ ହେବ । ଗ୍ରାମ ଗୌନ୍ତିଆ ଲକ୍ଷ୍ମୀକାନ୍ତ ଗୋପାଳ ଙ୍କ ସଭାପତିରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହିଥିଲେ।ସମସ୍ତ ଙ୍କ ସହମତି କ୍ରମେ ଗାଁ ସ୍ଥିତ ଲକ୍ଷ୍ମୀ ମଣ୍ଡପ ତଥା ଆମ୍ବ ତୋଟା ନିକଟରେ ଯଜ୍ଞ ଅନୁଷ୍ଠିତ ହେବା ପାଇଁ ସ୍ଥାନ ନିରୂପଣ ହୋଇଯାଇଛି। ଏଥିପାଇଁ ଏକ କମିଟି ଗଠନ କରାଯାଇ ତାର ପରିଚାଳନା ଶୃଙ୍ଖଳିତ କରିବାକୁ ସଦସ୍ୟ ମାନଙ୍କୁ ଦାୟିତ୍ୱ ଦିଆଯାଇଛି।କମିଟି ରେ ସଭାପତି ଭାବରେ ଲଷ୍ମୀକାନ୍ତ ଗୋପାଳ, ସମ୍ପାଦକ ନିରାକାର ଗୋପାଳ, କୋଷାଧକ୍ଷ ମିଶ୍ରୁ ଧର ମେହେର, ଉପସଭାପତି ଦେବରାଜ ଗୋପାଳ, ବଳରାମ ମାଝୀ, ସହସମ୍ପାଦକ ବୃହସ୍ପତି ଗୋପାଳ, ବିକ୍ରମ ମେହେର, ଉପ କୋଷାଧକ୍ଷ ଅଭିମନ୍ୟୁ ଗୋପାଳ ଓ ପ୍ରଚାର ପ୍ରସାର ଅଧ୍ୟକ୍ଷ ସୁଧୀର ରଞ୍ଜନ ଗୋପାଳ, ଭିକାରି ଗୋପାଳ, ଗଙ୍ଗାରାମ ଗୋପାଳ ଙ୍କୁ ମନୋନୀତ କରାଯାଇଛି, ଓ ପୂଜା କର୍ତ୍ତା ଭାବରେ ମଧୁସୂଦନ ଗୋପାଳ ଓ ତାଙ୍କ ଧର୍ମପତ୍ନୀ ନଳିନୀ ପ୍ରଭା ଗୋପାଳ, ପୂଜକ ଉପେନ୍ଦ୍ର ପଣ୍ଡା (ଥନଟ) ବ୍ୟାସ ଅଜିତ କୁମାର ପଣ୍ଡା (କେସିଙ୍ଗା) ଙ୍କୁ ସ୍ଥିର କରାଯାଇଛି, ବୈଠକରେ ଗ୍ରାମର ପ୍ରମୁଖ, ତୁଳସୀ ଗୋପାଳ, ସରପଞ୍ଚ ଜନ୍ମଜୟ ଗୋପାଳ, ବିନୋଦ ଗୋପାଳ, ଦୁର୍ଯ୍ୟୋଧନ ପଟେଲ, ଭୁବନେଶ୍ୱର ପଟେଲ, ହରିହର ପଟେଲ, ଅକ୍ଷୟ ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ସାହୁ, ଉମାକାନ୍ତ ମାଝୀ ତୁଳସିରାମ ଜୁଏଡ଼, ବୃନ୍ଦାନନ୍ଦ ଗୋପାଳ, ଜିତେନ୍ଦ୍ର ମାଝୀ, ସନ୍ତୋଷ ଦୀପ, ମିମିଚନ ମେହେର, ନିରଞ୍ଜନ ମେହେର, କ୍ଷମା ଖମାରି, ଯୁଧିଷ୍ଠିର ଗୋପାଳ, ବଳରାମ ମାଝୀ, ଶତାଧିକ ଗ୍ରାମବାସୀ ଉପସ୍ଥିତ ରହିଥିଲେ।

