ମୃତ୍ୟୁକୁ ଆମନ୍ତ୍ରଣ କରୁଛି ମୁକୁଳା ଟ୍ରାନ୍ସଫର୍ମର

ଆଜତକ ଓଡ଼ିଶା
0


ବଲାଙ୍ଗିର ୧୭/୧୨ (ଗଣେଶ ଦାସ): ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଗମ୍ଭାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା କାନ୍ଥ ବାଡ଼ରେ ଲାଗିରହିଥିବା ମୁକୁଳା ଟ୍ରାନ୍ସଫର୍ମର ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ବିଦ୍ୟୁତ ବିଭାଗର ଅବହେଳା ପାଇଁ କେତେବେଳେ ଘଟିପାରେ ବଡ଼ ଅଘଟଣ। ମୃତ୍ୟୁକୁ ଆମନ୍ତ୍ରଣ କରୁଛି ଏହି ମୁକୁଳା ଥିବା ଟ୍ରାନ୍ସଫର୍ମର । ଗମ୍ଭାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା କାନ୍ଥ ବାଡ଼ ଭାଙ୍ଗି ଖୋଲା ରହିଛି । ବିଦ୍ୟାଳୟ ରେ ପଢ଼ୁଥିବା ଛାତ୍ରଛାତ୍ରୀ ଏବଂ ଗୃହ ପାଳିତ ପଶୁ ଙ୍କ ଜୀବନ ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି । ଲାଗିରହିଥିବା ଏହି ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମରରେ ସୁରକ୍ଷା ବାଡ଼ ନାହିଁ। ଯାହାଫଳରେ ଜୀବନ ପ୍ରତି ବିପଦର ଆଶଙ୍କା ରହିଛି । ଏଣୁ ତୁରନ୍ତ ମୁକୁଳା ଅବସ୍ଥାରେ ରହିଥିବା ଟ୍ରାନ୍ସଫର୍ମରର ଚାରିପଟେ ସୁରକ୍ଷା ବାଡ଼ ଦେବାକୁ ସାଧାରଣରେ ଦାବି ହେଉଛି ।

Post a Comment

0 Comments

Please Select Embedded Mode To show the Comment System.*

3/related/default