ନିଆଁଲିଭା କାର୍ଯ୍ୟରେ ୨ଟି ଅଗ୍ନିଶମ ଗାଡ଼ି ନିୟୋଜି
ଭୁବନେଶ୍ୱର: (ସମୀର ରଞ୍ଜନ ନାୟକ )ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଏକ ବାର୍ରେ ଭୟାବହ ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳୁଛି ବାର୍, ଧୂଆଁମୟ ପରିବେଶ। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ହୋଟେଲ୍ ପାରାଡାଇଜ୍ ରେ ଅଗ୍ନିକାଣ୍ଡ ଘଟିବା ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁର ପ୍ରଭାବ ଏତେ ଜୋରରେ ଥିଲା ଯେ ପାଖରେ ଥିବା ଫର୍ଣ୍ଣିଚର୍ ଦୋକାନକୁ ମଧ୍ୟ ବ୍ୟାପିଥିଲା। ତେବେ ଦୀର୍ଘ ସମୟ ପରେ ନିଆଁ ଲିଭାଇବାରେ ସଫଳ ହୋଇଥିଲା ଅଗ୍ନିଶମ ବାହିନୀ। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ, ଉକ୍ତ ହୋଟେଲଟି ବିନା ଲାଇସେନ୍ସରେ ଚାଲିଥିଲା ।ସୂଚନା ମୁତାବକ, ଭୁବନେଶ୍ୱରର ସତ୍ୟବିହାର ସ୍ଥିତ ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଯେଉଁଥିରେ ହୋଟେଲ ପୁରା ଜଳି ଛାରଖାର ହୋଇଯାଇଛି। ନିଆଁ ଧୀରେ ଧୀରେ ପାଖରେ ଥିବା ଫର୍ଣ୍ଣିଚର୍ ଦୋକାନକୁ ମଧ୍ୟ ବ୍ୟାପିଥିଲା ଏବେ ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇଥିବା ଚିଫ୍ ଫାୟାର ଅଫିସର ରମେଶ ମାଝୀ ସୂଚନା ଦେଇଛନ୍ତି । ନିଆଁ ଲିଭା କାର୍ଯ୍ୟରେ ୨ ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ। ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୧ ଘଣ୍ଟା ସମୟ ଲାଗିଥିଲା ।

