ବୀରମହାରାଜପୁର ଓଷ୍ଟାର ଶିଶୁମେଳା

ଆଜତକ ଓଡ଼ିଶା
0

ବୀରମହାରାଜପୁର, ୬/୧୨ (ଚୈତନ୍ୟ ଭୁକ୍ତା) ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଗଣପତି ଆଦର୍ଶ ଶିକ୍ଷା ନିକେତନ ଠାରେ ବ୍ଲକ ସ୍ତରୀୟ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ, ଓଷ୍ଟାର ଶିଶୁମେଳା ବ୍ଲକ ସଭାପତି ଶ୍ରୀ ଚନ୍ଦ୍ରମଣି ବାଘଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି  ।ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ଶ୍ରୀ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଓଷ୍ଟା ସଭାପତି ଅଖୋଜ ପଧାନ, ପୂର୍ବତନ ଓଷ୍ଟା କାର୍ଯ୍ୟକର୍ତ୍ତା ଭୂଷଣ ପାତ୍ର, ତ୍ରିପୁରାରୀ ରଥ,ବର୍ତ୍ତମାନର ଜିଲ୍ଲା କାର୍ଯ୍ୟକର୍ତ୍ତା ଅମୀୟ ମହାନ୍ତି, ଚନ୍ଦ୍ରଶେଖର ମହାପାତ୍ର, ବିଜୟ ପଣ୍ଡା, ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ, ଗଣପତି ଆଦର୍ଶ ଶିକ୍ଷା ନିକେତନର ପ୍ରତିଷ୍ଠାତା ଵିଵସ୍ବତି ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ପ୍ରତିଭାକୁ ପ୍ରଂଶସା କରିଥିଲେ । ବ୍ଲକ ସମ୍ପାଦକ ବ୍ରଜମୋହନ ବାରିକ ବିବରଣୀ ପଠନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଶାନ୍ତନୁ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ଓ ଶିକ୍ଷକ ବ୍ୟୋମକେଶ ପଣ୍ଡା ସଭା ସଂଯୋଜନା କରିଥିଲେ । ବ୍ଲକର ୧୪ଟି ଉଚ୍ଚ ବିଦ୍ୟାଳୟର ୯୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ତର୍କ, ଚିତ୍ରାଙ୍କନ,କବିତା ଆବୃତ୍ତି, କବିତା ଲିଖନ, ଗଳ୍ପଲିଖନ, ସଂଗୀତ, ଏକକ ନୃତ୍ୟ, କୁଇଜ, ସାଧାରଣଜ୍ଞାନ, ଏକକ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ବିଭାଗର ପ୍ରଥମ ସ୍ଥାନ ଅଧିକାର କରଥିବା ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ଶିଶୁମେଳା ରେ ଅଂଶଗ୍ରହଣ କରିବେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default