ପୁରୀ ପୋଲିସ ଦ୍ୱାରା ରକ୍ତଦାନ ଶିବିର ଅନୁଷ୍ଠିତ

ଆଜତକ ଓଡ଼ିଶା
0


ଭୁବନେଶ୍ୱର /ପୁରୀ :(ସମୀର ରଞ୍ଜନ ନାୟକ) ସମୁଦ୍ରକୁଳ ଥାନା ଆୟୋଜନରେ ଆଜି ସଦଭାବନା ଗୃହରେ ଏକ ମହାନ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ ପୁରୀ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂଙ୍କ କରମଳରେ ଉଦଘାଟନ ହୋଇଥିଲା। ରକ୍ତଦାନ ଶିବିର ସକାଳ ୧୦.୦୦ ଟାରୁ ଆରମ୍ଭ ହୋଇ ଦିନ ୨.୦୦ ଟା ପର୍ଯ୍ୟନ୍ତ ସୁଚାରୁ ଭାବେ ପରିଚାଳିତ ହୋଇଥିଲା। ଶିବିର ସମୟରେ ସାଧାରଣ ଜନତା, ପୋଲିସ କର୍ମଚାରୀ, ସାମାଜିକ ସଂଗଠନ ଓ ସ୍ୱଇଚ୍ଛିକ ରକ୍ତଦାତାମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ରକ୍ତଦାନ କରିଥିଲେ। ଏହି ଶିବିରରେ ମୋଟ ୧୦୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଉଦଘାଟନ ସମୟରେ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂହ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ରକ୍ତଦାନ ମହାଦାନ ଅଟେ ଏବଂ ଏହା ଦ୍ୱାରା ଅନେକ ମୂଲ୍ୟବାନ ଜୀବନକୁ ବଞ୍ଚାଇ ହେବ। ପୋଲିସ କେବଳ ଆଇନ ଓ ଶୃଙ୍ଖଳା ରକ୍ଷାରେ ସୀମିତ ନୁହେଁ, ସାମାଜିକ ଦାୟିତ୍ୱ ପାଳନ ଓ ମାନବିକ ସେବାରେ ମଧ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛି ବୋଲି ସେ ଜଣାଇଥିଲେ। ଭବିଷ୍ୟତରେ ଏପରି ସାମାଜିକ ଓ ସ୍ୱାସ୍ଥ୍ୟମୂଳକ କାର୍ଯ୍ୟକ୍ରମ ଆହୁରି ବେଶି ପରିମାଣରେ ଆୟୋଜନ କରାଯିବ ବୋଲି ଜଣାଇଥିଲେ। ଏହି ଅବସରରେ ଡିଏସ୍ପି ସିଟି ଶ୍ରୀ ପ୍ରଶାନ୍ତ ସାହୁ, ଟ୍ରାଫିକ୍ ଆଇଆଇସି ଶ୍ରୀ ଜୟଦୀପ ମହାନ୍ତି, ଟାଉନ୍ ଥାନା ଆଇଆଇସି ଶ୍ରୀ ଗୋକୁଳ ରଞ୍ଜନ ଦାସ, ସିବିଚ୍ ଥାନା ଆଇଆଇସି ଶ୍ରୀ ମାନସ ଚକ୍ର, ସିଂହଦ୍ୱାର ଥାନା ଆଇଆଇସି ଶ୍ୱେତପଦ୍ମା ଦାଶ, ବାଳିଆପଣ୍ଡା ଥାନା ଆଇଆଇସି ଶ୍ରୀମତୀ ସଂଗୀତା ଦାଶ ଓ ତାଳବଣିଆ ଥାନା ଆଇଆଇସି ଶ୍ରୀମତୀ ଗୀତାଞ୍ଜଳି ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ଓ ସୁଚାରୁ ଭାବେ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ରକ୍ତଦାନ ଶିବିରରେ ଅଂଶଗ୍ରହଣ କରିଥିବା ସମସ୍ତ ସ୍ୱଇଚ୍ଛିକ ରକ୍ତଦାତା, ସହଯୋଗୀ ସଂଗଠନ ଓ ଚିକିତ୍ସକ ଦଳଙ୍କୁ ପୁରୀ ପୋଲିସ ପକ୍ଷରୁ ଆଭାର ଜଣାଇବା ସହ ମାନପତ୍ର ଦିଆଯାଇଥିଲା। ପୁରୀ ପୋଲିସ ସଦା ସମାଜ ସେବା, ମାନବିକତା ଓ ଜନହିତକାରୀ କାର୍ଯ୍ୟକ୍ରମ ପ୍ରତି ପ୍ରତିବଦ୍ଧ ରହିବ ବୋଲି ଏହି ଅବସରରେ ପୁନର୍ବାର ଅଙ୍ଗୀକାର କରାଯାଇଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default