ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ) ଝାରପଡ଼ା ଜେଲରୁ କଏଦୀ ଫେରାର। ଛୁଟିରେ ଯାଇ ଆଉ ଜେଲକୁ ଫେରିଲେନି। ଏନେଇ ଜଣାପଡ଼ିବା ପରେ ଝାରପଡ଼ା ଜେଲ ଅଧୀକ୍ଷକ ସର୍ବେଶ୍ବର ସାହୁ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ଢେଙ୍କାନାଳର ରଞ୍ଜିତ ନାୟକ ଛୁଟିରେ ଯାଇ ଆଉ ଝାରପଡ଼ା ଜେଲ ଫେରି ନାହାନ୍ତି। ସୁଶୀଲ ବର୍ଷେ ହେବ ଫେରାର ଥିବାବେଳେ ରଞ୍ଜିତ ଗତ ଅକ୍ଟୋବର ମାସଠାରୁ ଫେରାର୍ ରହିଛି ।ସୁଶୀଲ ହତ୍ୟାକାଣ୍ଡ ମାମଲାରେ ଆଜୀବନ ସଜା କାଟୁଥିବା ବେଳେ ରଞ୍ଜିତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହୋଇଛି । ଖାଲି ଏତିକି ନୁହେଁ, ସାମ୍ନାକୁ ଆସିଛି ରାଜ୍ୟ ଜେଲ ବିଭାଗର ଦାୟିତ୍ୱ ହୀନତା । କାରଣ ସାରା ରାଜ୍ୟର ବିଭିନ୍ନ ଜେଲ଼ରୁ ଏହିଭଳି ୫୦ରୁ ଅଧିକ କଏଦୀ ଛୁଟିରେ ଯିବା ପରେ ଆଉ ଜେଲ ଫେରି ନାହାନ୍ତି । ଯାହାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜେଲ DG ବ୍ୟକ୍ତିଗତ ହାଜର ହୋଇଥିଲେ ।୨ କଏଦୀ ଝାରପଡ଼ା ଜେଲରୁ ଛୁଟିରେ ଯାଇ ଆଉ ଫେରିନାହାନ୍ତିଜଣକୁ ଆଜୀବନ ସଜା ଓ ଆଉ ଜଣକୁ ୨୦ ବର୍ଷ ସଜା ମିଳିଥିଲାରାଜ୍ୟରେ ବିଭିନ୍ନ ଜେଲ଼ରେ ଥିବା ୫୦ରୁ ଅଧିକ କଏଦୀ ଫେରିନାହାନ୍ତି ପଦାରେ ପଡ଼ିଲା ଜେଲ ବିଭାଗର ଦାୟିତ୍ବହୀନତା !
ଝାରପଡ଼ା ଜେଲରୁ ୨ କଏଦୀ ଫେରାର : ଛୁଟିରେ ଘରକୁ ଯାଇ ଆଉ ଆସିଲେନି ସଜ୍ଜା କାଟୁଥିବା ଦୁଇ ଆସାମୀ
Friday, December 19, 2025
0

Tags