ନରେନ୍ଦ୍ର ମୋଦି ବିକାଶ ମିଶନର ଜଳେଶ୍ଵର ଶାଖା କାର୍ଯ୍ୟାଳୟ ଉଦଘାଟିତ

ଆଜତକ ଓଡ଼ିଶା
0

ଜଳେଶ୍ଵର ୦୭/୧୨ : ୬୦ ନଂ ଜାତୀୟ ରାଜପଥ ର  ଜମାଳପୁର ବାଇପାସର ଆଶୀର୍ବାଦ ନର୍ସିଂ ହୋମ ପାଖରେ ନରେନ୍ଦ୍ର ମୋଦି ବିକାଶ ମିଶନର ଜଳେଶ୍ୱର ଶାଖା କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ନରେନ୍ଦ୍ର ମୋଦି ବିକାଶ ମିଶନର ରାଜ୍ୟ ସଭାପତି ଡକ୍ଟର ଶେଖ ଅବଦୁଲ ଗନି ହୋସେନ  ଆନୁଷ୍ଠାନିକ ଭାବେ ଉଦଘାଟନ କରି ଥିଲେ । ରାଜ୍ୟ ମହିଳା ମୋର୍ଚ୍ଚା ସଭା ନେତ୍ରୀ ବୈଶିଙ୍ଗା ର ପୂର୍ବତନ ବିଧୟିକା ପ୍ରମିଳା ଗିରି, ରାଜ୍ୟ କିଷାନ ମୋର୍ଚ୍ଚା ସଭାପତି ତୁଷାର କାନ୍ତି ଦାସ ,ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଶେଖ ଅବଦୁଲ ହାକିମ, ରାଜ୍ୟ ସାଧାରଣ ସମ୍ପାଦକ ତାପସ ମହାପାତ୍ର ଓ ଉତ୍ତର ଓଡିଶା ଜୋନାଲ ସଭାପତି ରତ୍ନାକର ରାୟ ,ବାଲେଶ୍ୱର ଜିଲ୍ଲା ସଭାପତି ପଙ୍କଜ ପରିଡା. କାର୍ଯ୍ୟକାରୀ ସଭାପତି ଏସ .କେ ନାଜିମୁଦ୍ଦିନ, ସାଧାରଣ ସମ୍ପାଦକ ଶିଶିର କୁମାର ସେନାପତି. ସମ୍ପାଦକ ଅକ୍ଷୟ ପରିଡା. ମୟୁରଭଞ୍ଜ ଜିଲ୍ଲା - ୧ ମହିଳା ସଭାନେତ୍ରୀ ସୁମିତ୍ରା ବଳବନ୍ତରାୟ, ଜୋନ -୨ ସଭାପତି ସୁକୁମାର ରଣା, ବ୍ଲକ କାର୍ଯ୍ୟକାରୀ ସଭାପତି ସୁଶୀଲ ପ୍ରଧାନ, ବରିଷ୍ଠ ନେତା ବଳରାମ କର ,ବରିଷ୍ଠ ସମାଜସେବୀ ଓ ରାଜନେତା ନବକିଶୋର ଦାସ. ମଧୁସୂଦନ ଦତ୍ତ ,ଜଳେଶ୍ୱର ମ୍ୟୁନିସିପାଲିଟିର ସଭାପତି ବିଜୟ ପରିଡା, ବସ୍ତା ବ୍ଲକ ର ରଘୁନାଥପୁର ପଂଚାୟତ ନେତା ଜଗନ୍ନାଥ ଜେନା ଓ ବିଭିନ୍ନ ପଞ୍ଚାୟତରୁ ଆସିଥିବା ନେତାମାନେ ଉପସ୍ଥିତ ରହି ବିଭିନ୍ନ ବିକାଶ ମୂଳକ ଯୋଜନା ବିଷୟରେ ଆଲୋଚନା କରିଥିଲେ ଓ ଆଗାମୀ ନିର୍ବାଚନରେ କେମିତି ଅଧିକା ବ୍ଲକ ଜିଲ୍ଲା ପରିଷଦ ଜିତିବେ ସେ ବିଷୟରେ ଆଲୋଚନା ହେଇଥିଲା । ତପସ୍ୱିନୀ ଦାସ ଓ ଅନ୍ନପୂର୍ଣ୍ଣା ମହାପାତ୍ର ମଞ୍ଚସୀନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ  ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ଶିଶିର କୁମାର ସେନାପତି ସଭା ପରିଚାଳନା କରିବା ସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ ବରିଷ୍ଠ ବିଜେପି ନେତା ନବ କିଶୋର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ  କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default