ଖପ୍ରାଖୋଲ ପୋଲିସ ଦ୍ୱାରା ବେଆଇନ ଦାଦନ ଚାଲାଣ ରେ ଚଢାଉ : ପାଞ୍ଚ ଶିଶୁ ସମେତ, ଏଗାର ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଗିରଫ

ଆଜତକ ଓଡ଼ିଶା
0


ବଲାଙ୍ଗିର:- 02/11(ଗଣେଶ ଦାସ):-ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ ଚଢାଉ କରି ଶନିବାର ସକାଳେ ୫ ଶିଶୁ ସମେତ ୧୧ ଦାଦନ ଶ୍ରମିକ କର୍ଲାବାହାଲି ଛକରୁ ଉଦ୍ଧାର କରିଥିବା ପୋଲିସ ସୂଚନା ଦେଇଛି। ଉଦ୍ଧାର ଶ୍ରମିକ୍ ମାନେ ନାନ୍ଦୂପଲା ପଞ୍ଚାୟତ ଦୁଡୁଙ୍ଗଦର୍ହା ଗାଁର ବୋଲି ଜଣାଯାଇଛି। ଉଦ୍ଧାର ଶ୍ରମିକ ମଧ୍ୟରେ ୫ ଜଣ ଶିଶୁ, ୫ମହିଲା ଓ ୬ ଜଣ ପୁରୁଷ ଥିବା ଜଣାଯାଇଛି। ସୂଚନାନୁଯାୟୀ  ଶ୍ରମିକ ମାନେ ଦାଦନ ସର୍ଦ୍ଦାର ପାଟଣାଗଡ ଥାନା ବରବାହାଲ ଗାଁ ର ମନୁ ନାଗ (୩୧)  ଆନ୍ଧ୍ରପ୍ରଦେଶ ର ଏକ ଇଟାଭାଟି କୁ କାମ କରିବାକୁ ନେଉଥିବା ବେଳେ କର୍ଲାବାହାଳି ଛକରେ ଗାଡି ପାଇଁ ଅପେକ୍ଷା କରିଥିବା ବେଳେ ପୋଲିସ ଚଢ଼ଉ କରି ଉଦ୍ଧାର କରିବା ସହିତ ଦାଦନ ସର୍ଦ୍ଦାରକୁ ଗିରଫ କରିଥିବା ପୋଲିସ ସୂଚନା ଦେଇଛି। ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୨୫୭/୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ ଗିରଫ କରିବା ସହିତ ଶ୍ରମିକ ମାନଙ୍କୁ  ନିଜ ଘରକୁ ପଠେଇଥିବା ଥାନା ଅଧିକାରୀ ନରେନ୍ଦ୍ର ଛତର ପ୍ରକାଶ କରିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*

3/related/default