ଜିଲ୍ଲା ବିଦ୍ୟାଳୟ ସମୂହ ଯୋଗାସନ ପ୍ରତିଯୋଗିତା ୨୦୨୫ ଉଦଘାଟିତ

ଆଜତକ ଓଡ଼ିଶା
0

କଣ୍ଟାବାଞ୍ଜି ନ୍ୟୁଜ ବ୍ୟୁରୋ :  ଟିଟିଲାଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ବିଦ୍ୟାଳୟ ସମୂହ ୧୪ ଓ ୧୭ ବର୍ଷରୁ କମ୍ ବାଳକ ବାଳିକା ବିଭାଗର ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡାଙ୍କ ସଭାପତିତ୍ବ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ,ସମ୍ମାନୀତ ଅତିଥି ଭାବେ ଟିଟିଲାଗଡ଼ ଉପ ଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ,ଟିଟିଲାଗଡ଼ ବିଇଓ ଆର୍ତ୍ତତ୍ରାଣ ରଥ,ପ୍ରଧାନଶିକ୍ଷୟିତ୍ରୀ ପଙ୍କଜ ମେହେର,ଟିଟିଲାଗଡ଼ ବ୍ଲକ କ୍ରୀଡ଼ା ସମ୍ପାଦିକା ପଦ୍ମଜାନନ୍ଦିନୀ ବହିଦାର, ପ୍ରତିଯୋଗିତାର ପର୍ଯ୍ୟବେକ୍ଷକ ମୋହନ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ l ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ପ୍ରତିଯୋଗିତାର ବିବରଣୀ ପାଠ କରିଥିଲେ l ବରିଷ୍ଠ ଶାରୀରିକ ଶିକ୍ଷା ଶିକ୍ଷକ ହେମନ୍ତ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ହିମାଂଶୁ ମହାକୁର ସ୍ୱାଗତ ଅଭିଭାଷଣ ସହ ଧନ୍ୟବାଦ ଦେଇଥିଲେ l ଏହି ପ୍ରତିଯୋଗିତାରେ ୧୨ ଗୋଟି ବ୍ଲକରୁ ୪୬ ଜଣ ବାଳିକା ଓ ୨୯ ଜଣ ବାଳକ  ସର୍ବମୋଟ ୭୫ ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ l ସୂଚନାନୁସାରେ ଏହି ପ୍ରତିଯୋଗିତାରୁ ଚୟନ ହୋଇଥିବା ଖେଳାଳିମାନେ ମାଲକାନଗିରି ଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ସୂଚନା ଦେଇଥିଲେ l ଯୋଗ ଶିବିରରେ ଆଶିଷ ଦେବ ସା କନଭେନର ଭାବରେ ଦାୟିତ୍ୱ ତୁଲାଇଥିଲେ l ବଲାଙ୍ଗୀର ଜିଲ୍ଲାର ଅଫିସିଆଲ ବିନୋଦ ମହାପାତ୍ର,ଜନାର୍ଦ୍ଦନ ସାହୁ,ପ୍ରଣତି ପାଣିଗ୍ରାହୀ,ଉପେନ୍ଦ୍ର ଚନ୍ଦନ,ପ୍ରଶାନ୍ତ ମିଶ୍ର,ଶଶୀକାନ୍ତ ରାଉତ,ଦିଲିପ ଧରୁଆ,ରାଧାଗୋବିନ୍ଦ ନାଏକ,ସୁଶୀଲ କୁମାର ପଧାନ,ନେତ୍ରାନନ୍ଦ ବାଗ,ରଞ୍ଜିତା ମିଶ୍ର,ଶୁଭେନ୍ଦ୍ର ମହାନ୍ତି,ସୌମ୍ୟ ରଞ୍ଜନ ପାଣିଗ୍ରାହୀ,ଖିତେଶ୍ୱର ବିଶ୍ୱାଳ,ରାଜେଶ ସ୍ୱାଇଁ,ପ୍ରୀତମ ନାୟକ,ଟେକରାଜ ସାହୁ, ଦନାର୍ଦ୍ଧନ ପାଣ୍ଡେ,ପୀତବାସ ପୁଟେଲ,ସଂଜୀବ ସାହୁ,ଅଜୁ ଯାନୀ,ଶୁଭମ ପାଣିଗ୍ରାହୀ,ଟିଟିଲାଗଡ଼ ବ୍ଲକର ସମସ୍ତ କ୍ରୀଡ଼ା ଶିକ୍ଷକ,କ୍ରୀଡ଼ା ଅନୁଦେଷ୍ଟା ଓ ସ୍ଥାନୀୟ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

Post a Comment

0 Comments

Please Select Embedded Mode To show the Comment System.*

3/related/default