କଣ୍ଟାବାଞ୍ଜି , ୦୧/୧୨ , କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଆଜି ବିଧାନସଭାରେ ନିଜ ନିର୍ବାଚନ ମଣ୍ଡଳୀର କପା ଚାଷୀଙ୍କ ପାଇଁ ଆବାଜ ଉଠାଇଛନ୍ତି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ପ୍ରତ୍ଯେକ ବର୍ଷ ଋତୁରେ କମ ବର୍ଷା ଯୋଗୁ ଅଞ୍ଚଳର ଚାଷୀ ମାନେ ଧାନ ଚାଷ ବଦଳରେ କପା ଚାଷ କରି ଆସୁଛନ୍ତି । କିନ୍ତୁ କପା ଚାଷୀ ତାଙ୍କ ଉତ୍ପାଦିତ ଫସଳ ବଜାର ମୁଖ୍ୟ ଠାରୁ କମ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଚାଷୀ ଆର୍ଥିକ କ୍ଷତି ସହୁଛନ୍ତି । ଏନେଇ ସରକାର ଅବଗତନ ଅଛନ୍ତି କି ବୋଲି ବିଧାୟକ ଶ୍ରୀ ବାଗ ପ୍ରଶ୍ନ କରିଛନ୍ତି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କପା ମିଲ ବ ସୂତାକଳ ପ୍ରତିଷ୍ଠା କରି ଅଞ୍ଚଳର ଯୋଗ୍ୟ ଯୁବକ ଯୁବତୀ ମାନଙ୍କୁ ରୋଜଗାର ଯୋଗେଇବାକୁ ସହ ଚାଷୀ କେମିତି ଲାଭନ୍ନିତ ହେବେ ଏବଂ ଅଞ୍ଚଳର ଚାଷୀଙ୍କ ଆର୍ଥିକ ବିକାଶକୁ ଗତି ପ୍ରଦାନ ନିମନ୍ତେ ସରକାର ଉଚିତ ପଦକ୍ଷେପ ନେବେ କି ବୋଲି ପ୍ରଶ୍ନ କରିଛନ୍ତି । ବିଧାୟକ ଶ୍ରୀ ବାଗ କପା ଚାଷୀଙ୍କ ପାଇଁ ଉନ୍ନତି ଚିନ୍ତା କରି ବିଧାନସଭାରେ ସରକାରଙ୍କ ଠାରେ ନିଜର ଆଭିମୁଖ୍ୟ ରଖିଥିବା ଯୋଗୁ ଅଞ୍ଚଳର କପା ଚାଷୀ ଖୁସି ବ୍ୟକ୍ତ କରିବା ସହ ବିଧାୟକଙ୍କୁ କୃତଜ୍ଞତା ଜଣାଉଛନ୍ତି ।
କପା ଚାଷୀ ମାନଙ୍କ ପାଇଁ ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ ଲକ୍ଷ୍ମଣ ବାଗ : କଣ୍ଟାବାଞ୍ଜି ରେ ସୂତାକଲ ଦାବି
Monday, December 01, 2025
0