ସିଦ୍ଧ ସାଧକ ବ୍ରହ୍ମାନନ୍ଦ ଦେବସ୍ବାମୀ ( ଅଖା ବାବା ) ଙ୍କର ୧୧୬ ବର୍ଷ ରେ ପରଲୋକ : ମଠ ମଧ୍ୟରେ ସମାଧି ନେଲେ

ଆଜତକ ଓଡ଼ିଶା
0

ମାହାଙ୍ଗା : କଟକ ଜିଲ୍ଲା ଲଳିତଗିରି ଠାରେ ତଥା ଓଳାଶୁଣି ଗୁମ୍ଫା ପାହାଡ଼ର ପାଦ ଦେଶରେ ଅନେକ ବର୍ଷ ପୂର୍ବରୁ ଆରଖିତେଶ୍ୱର ଆଶ୍ରମ ପ୍ରତିଷ୍ଠା କରି ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ଜ୍ଞାନ ବଣ୍ଟନ କରି ଆସୁଥିବା ସିଦ୍ଧ ସାଧକ ଶ୍ରୀ ଶ୍ରୀ ବ୍ରହ୍ମାନନ୍ଦ ଦେବସ୍ବାମୀ ଗତକାଲି ବିଳମ୍ବିତ ରାତ୍ରୀରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୧୬ ବର୍ଷ ବୟସ ହୋଇଥିଲା ବୋଲି ତାଙ୍କ ଶିଷ୍ୟ ମାନେ ପ୍ରକାଶ କରିଛନ୍ତି। ସେ ଏଠାରେ ୧୯୯୯ ମହାବାତ୍ୟା ପୂର୍ବରୁ ଆଶ୍ରମ ପ୍ରତିଷ୍ଠା କରି ସନ୍ଥ ଅରକ୍ଷିତ ଦାସ ଙ୍କ ନାମ ଅନୁସାରେ ଏକ ମହାଦେବ ମନ୍ଦିର ଆରଖିତେଶ୍ୱର ପ୍ରତିଷ୍ଠା କରିଛନ୍ତି । ତାଙ୍କର ଖୋର୍ଦ୍ଧା ଜିଲ୍ଲାର ଅଟଲା ଆଶ୍ରମ , ଭଦ୍ରକ ର କାଉପଦା ଆଶ୍ରମ ସହ ଲଳିତଗିରି ଠାରେ ଆଶ୍ରମ ରହିଛି । ଏହି ଆଶ୍ରମ କୁ ସ୍ଥାନୀୟ ଅଧିବାସୀମାନେ ଅଖା ବାବା ମଠ କୁହନ୍ତି ଓ ବାବାଙ୍କୁ ଅଖାବାବା ବୋଲି ଡାକନ୍ତି । ସଂପୂର୍ଣ୍ଣ ସୁସ୍ଥ ଥିବା ବାବା ଗତକାଲି ରାତି ୧୦ ଟା ବେଳକୁ ହଠାତ୍ ଅସୁସ୍ଥ ହୋଇପଡିଲେ । ସଙ୍ଗେ ସଙ୍ଗେ ତାଙ୍କୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ପରେ କଟକ ବଡ଼ ମେଡ଼ିକାଲ ପଠାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଅପରାହ୍ନ ୪.୪୫ ରେ ମଠ ମଧ୍ୟରେ ତାଙ୍କୁ ସମାଧି ଦିଆ ଯାଇଛି । ସମାଧି ବେଳେ ଓଳାଶୁଣି ମଠର ମହନ୍ତ ଡ଼ ନାମାନନ୍ଦ ଦାସ୍ , ପାଦୁକା ଆଶ୍ରମ ମହନ୍ତ ପରଖିତ ଦାସ , ଅରକ୍ଷିତ ସେବା କେନ୍ଦ୍ରର ପ୍ରତିଷ୍ଠାତା ଖିତିଶ କୁମାର ସିଂହ , ବି ଏସ ଏଫ ଯବାନ କମଳାକାନ୍ତ ସିଂହ , କଳାକାର ଓଡ଼ିଶା ର ସଭାପତି ସତ୍ୟବ୍ରତ ପୁହାଣ , ସମିତି ସଭ୍ୟ ଧ୍ରୁବ ଚରଣ ସାମଲ , ପୂର୍ବତନ ସମିତି ସଭ୍ୟ ରୁଦ୍ରନାରାୟଣ ସିଂହ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିବା ସହ ମହାନ୍ ଆତ୍ମା ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default