ମୁରିବାହାଲ ବ୍ଲକ ସ୍ତରୀୟ ମସ୍ୟ ଓ. ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

ଆଜତକ ଓଡ଼ିଶା
0

୨ଗୋଟି ମହିଳା ଗୋଷ୍ଠୀ ସହ ୬ ଜଣ ଉନ୍ନତି ଚାଷୀ କୁ ସମ୍ମାନିତ।


ମୁରିବାହାଲ , ୧୫।୧୧ (ନ୍ୟୁଜ ବ୍ୟୁରୋ) ବଲାଙ୍ଗୀର ଜ଼ିଲ୍ଲା ମୁରିବାହାଲ ବ୍ଲକ ସ୍ତରୀୟ ମସ୍ଵ୍ୟ ଓ ପ୍ରାଣୀ ସମ୍ପଦ ମେଳା ଶନିବାର ଦିନ ମୁରିବାହାଲ ପଂଚାୟତି ହାଇସ୍କୁଲ ର ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି, ଉକ୍ତ ମେଳା ରେ ୨ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠି ସହ ୬ ଜଣ ଉନ୍ନତି ଚାଷୀଙ୍କୁ ସମ୍ମାନିତ କାର ଯାଇଥିଲା। ମେଳା ର ପ୍ରାରମ୍ଭ ରେ ଉନ୍ନତି ମାନର ଗାଈ କୁ ପୂଜା ଅର୍ଚନା କାର ଯାଇ ଉଘାଟନ କରାଯାଇ ଥିବା ସହ ଚାଷୀ, ନିର୍ବାଚିତ, ପ୍ରତିନିଧି, ବିଭିନ୍ନ ଅନୁଷ୍ଠାନ ଓ ଜନସାଧାରଣ ମାନୁକୁନେଇ ସଚେତନତା ସଭା ଅନୁଷ୍ଠିତ ହୋଇ ଥିଲା, । ମସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ର ମିଳିତ ମେଳା କୁ ପ୍ରାଣୀ ସମ୍ପଦ ବିଭାଗ ର ଜ଼ିଲ୍ଲା ଅଧିକାରୀ ଡା ଅନିରୁଦ୍ଧ ବିଶ୍ୱାଳ ଓ ମସ୍ୟ ବିଭାଗ ର ଜ଼ିଲ୍ଲା ଅଧିକାରୀ ପ୍ରକାର ଚନ୍ଦ୍ର ନାୟକ ଙ୍କର ଅଦ୍ଧକ୍ଷତା କାର୍ଯ୍ୟକ୍ରମ ରେ ବଲାଙ୍ଗୀର ଏମ, ପି ଙ୍କର ପ୍ରତିନିଧି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଉଭୟ ବିଭାଗ ର ୬୦ ଗୋଟି ଯୋଜନା ଗୁଡିକ ୫୦ ରୁ ୭୦ ପ୍ରତିଷଦ ରିହାତି ରେ ଦିଆ ଯାଉଛି, ଏଣୁ ଚାଷୀ ମାନେ ଏହାକୁ ସଠିକ ଭାବରେ ବ୍ୟବହାର କରିବା ପାଇଁ ମତବ୍ୟକ୍ତ କରି ଥିଲେ,ସମ୍ମାନନିୟ ଅତିଥି ଭାବରେ ମୁରିବାହାଲ ପଂଚାୟତ ସମିତି ର ଅଦ୍ଧକ୍ଷ ହରିବନ୍ଧୁ ମେହେର, ଜ଼ିଲ୍ଲା ପରିଷଦ ଉପାଦ୍ଧକ୍ଷ ମିଥିଲା ମାଝୀ, କଣ୍ଟାବାଞ୍ଜି ବିଧାୟକ ଙ୍କର ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ମୁରିବାହାଲ ସରପଞ୍ଚ ବିଶ୍ଵବିହାରୀ ଯୋଶୀ, ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାର ପ୍ରତେକ ବ୍ଲକ ରେ ଉକ୍ତ ମେଳା ମଧ୍ୟମରେ ଗ୍ରାମଞ୍ଚଳ ର ଚାଷୀ ମାନଙ୍କୁ ସଚେତନତା କରିବା ଏକ ବିହିତ ପଦକ୍ଷେପ ବୋଲି ଜଣାଇ ଥିଲେ । ଏହି ଅବସରେ ଓଡିଶା ର ମସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ର ମନ୍ତ୍ରୀ ଗକୁଳ ନନ୍ଦ ମଲ୍ଲିକ ଏକ ଭିଡିଓ ବାର୍ତ୍ତା ମଧ୍ୟମରେ ସରକାର ଙ୍କର ଅଭିମୁଖ୍ୟ ଜଣାଇ ଥିଲେ, ଏହି ଅବସରରେ ୨ ଗୋଟି ତୁଳସୀ ଓ ମା ସରସ୍ବତୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠି କୁ ସହ ଗୋପାଳ କ୍ଷେତ୍ରରେ ସତ୍ୟବାନ ନାଗ, ଅଣ୍ଡା ଦିଆ କୁକୁଡ଼ା ପାଳନ କ୍ଷେତ୍ରରେ ଧନଦେଇ ଭୋଇ, ଛେଳି ପାଳନ କ୍ଷେତ୍ରରେ ଦହିତ ରାମ କର୍ମୀ, ମସ୍ୟ ପୋଖରୀ ଯୋଜନା କ୍ଷେତ୍ରରେ ଅମୃତ ମହାକୁର ଯାଉଁଳା ମାଛ ଚାଷ କ୍ଷେତ୍ରରେ କୁନ୍ତୀ ପଧାନ, ଜୈବପୁଞ୍ଜ ପ୍ରଣାଲିରେ ମାଛ ଚାଷ ପାଇଁ ରାଜୀବ କୁମାର ମହାନ୍ତି କୁ. ମାନପତ୍ର ଓ ଉତ୍ତରୀୟ ସହ ପୁରସ୍କାର ରାଶି ପ୍ରଦାନ କାରଯାଇ ଥିଲା। ଉକ୍ତ ମେଳା ୧୦ ଗୋଟି ଷ୍ଟଳ ମଧ୍ୟମରେ ବିଭିନ୍ନ ବିଷୟ ପ୍ରଦ୍ଧଶିତ କରାଯାଇ ଥିଲା ଉପ ଉକ୍ତ ମେଳା କୁ ପ୍ରାଣୀ ସମ୍ପଦ ବିଭାଗ ର କର୍ମଚାରୀ ବର୍ଷାମୌସୁମୀ ବନାନୀ ମାଝୀ ପରିଚାଳନା ରେ ମୁରିବାହାଲ ପ୍ରାଣୀ ସମ୍ପଦ ଅଧିକାରୀ ଡା ଅଞ୍ଜନ କୁମାର ମଲ୍ଲିକ ଙ୍କର ନେତୃତ୍ୱ ରେ ସମସ୍ତ ବିଭାଗ ର କର୍ମଚାରୀ ସହଯୋଗ କାରି ଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକ ର ମସ୍ୟ ଅଧିକାରୀ ଆଲୋକ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default