ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର ୨ ସଦସ୍ୟ ଗିରଫ।ବଡ଼ ଲୁଟ୍ ପାଇଁ ଯୋଜନା ବେଳେ କାବୁ କଲା ସ୍ପେଶାଲ କ୍ରାଇମ ୟୁନିଟ୍

ଆଜତକ ଓଡ଼ିଶା
0

ଭୁବନେଶ୍ଵର: (ସମୀର ରଞ୍ଜନ ନାୟକ) ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ। ବଡ ଲୁଟ୍ ପାଇଁ ଯୋଜନାବେଳେ କାବୁ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍। ବନ୍ଧୁକ କିଣିବାକୁ ଯାଇ ବନ୍ଧୁକ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୁଲିସ୍ । ଧରାପଡିଛନ୍ତି ଦୁଇ ବନ୍ଧୁକ ବେପାରୀ । ବଡ ଲୁଟ୍ ପାଇଁ ଯୋଜନାବେଳେ କାବୁ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍ଅ ଭିଯୁକ୍ତଙ୍କଠାରୁ ଗୋଟିଏ କାରବାଇନ୍ ଓ ୫ ବନ୍ଧୁକ ଜବତ ହୋଇଛି। ବିହାର ମୁଁଙ୍ଗେରରୁ ବନ୍ଧୁକ ଆଣି ବେପାର କରୁଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି । ୯ ଜୀବନ୍ତ ଗୁଳି ସମେତ ୨ ମୋବାଇଲ ଫୋନ୍ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ ମାନେ ବିହାରର ଦିବ୍ୟାଂଶୁ କୁମାର ଏବଂ ଦୀପକ କୁମାର ବୋଲି ଜଣାପଡିଛି। ଦୁଇ ଜଣ ଡିଲ୍ ପାଇଁ ଓଡିଶା ଆସିଥିବା ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ପୁଲିସ୍‌ କମିଶନର।ସୂଚନାଥାଉକି, କଳାବଜାରୀ ମୂଲ୍ୟ ଅନୁସାରେ ଗୋଟିଏ କାରବାଇନ ଦେଢ଼ ଲକ୍ଷରୁ ଦୁଇ ଲକ୍ଷ ହେବ। କିନ୍ତୁ ଡିସିପି (ଏସସିୟୁ) ଅନୁପ କାନୁନଗୋ ନିଜେ ବନ୍ଧୁକ ବେପାରୀକୁ ଫୋନ କରିଥିଲେ। ଗୋଟିଏ କାରବାଇନ ବନ୍ଧୁକ କିଣିବା ପାଇଁ ୫ ଲକ୍ଷ ଟଙ୍କା ଦେବେ ବୋଲି ଡିଲ କରିଥିଲେ। ଏହି ପ୍ରଲୋଭନରେ ପଡ଼ି ଯାଇଥିଲେ ୨ ବନ୍ଧୁକ ବେପାରୀ । ଗତକାଲି ରାତିରେ ଖାରବେଳନଗର ୟୁନିଟ-୩ ଅଞ୍ଚଳକୁ ଯାଇଥିଲେ। ସେଠାରୁ ପୁଲିସ ୨ ବେପାରୀଙ୍କୁ କାବୁ କରିଥିଲା।

Post a Comment

0 Comments

Please Select Embedded Mode To show the Comment System.*

3/related/default