ନୁଆପଡ଼ା : ନୂଆପଡା ଜ଼ିଲ୍ଲାର କୋମନା ବ୍ଲକ ଅନ୍ତର୍ଗତ ଦର୍ଲିପଡା ଗ୍ରାମପଞ୍ଚାୟତର ସିଲେଟପାଣି ଗ୍ରାମର କାଦୋପଡା ଓ ଠିକପାଲି ଗ୍ରାମପଞ୍ଚାୟତର ସେମେଲପାଲି ଗ୍ରାମର କେନ୍ଦୁଭଟାଠାରେ ସୌରଶକ୍ତି ଚାଳିତ ଫ୍ଲୋରାଇଡ ଅପସାରଣ ପ୍ରକଳ୍ପ ଉଦଘାଟନ ହୋଇଯାଇଛି । ଉଦଘାଟନୀ ସମାରୋହରେ ଜ଼ିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କର୍ଯ୍ୟକାରୀନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ନୂଆପଡା ଶ୍ରୀଯୁକ୍ତ ଲମ୍ବୋଦର ଧରୁଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଞ୍ଚାୟତ ସମିତି କୋମନା ଶ୍ରୀଯୁକ୍ତ ସର୍ବେଶ୍ଵର ଜାଲ ସମ୍ମାନୀତ ଅତିଥିଭାବରେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ CDPO କୋମନା ଶ୍ରୀମତୀ ଦେବକୀ ମଲ୍ଲିକ,ସରପଞ୍ଚ ଦର୍ଲିପଡା ଶ୍ରୀଯୁକ୍ତ ରଞ୍ଜିତ ସୁନାନୀ, ସରପଞ୍ଚ ଠିକପାଲି ଶ୍ରୀମତୀ ସନ୍ତୋଷିନୀ ସୁନା ଏହା ସହିତ ଜିଲ୍ଲା ମତ୍ସ୍ୟ ଅଧିକାରୀ, GM, DIC, ସମୀର ମୁଦୁଲି ଓ ୱାଟରଏଡର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଅଶୋକ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଦୁଇଟି ପଡାରେ ସମସ୍ତ ନଳକୂପରେ ଫ୍ଲୋରାଇଡ ପରିମାଣ ମାତ୍ରାଧିକ ଥିବାରୁ ଉକ୍ତ ପାନୀୟ ଜଳ ପିଇବା ଯୋଗ୍ୟ ନୁହେଁ ତେଣୁ ଉକ୍ତ ସମସ୍ୟାକୁ ଦ୍ରୁଷ୍ଟିରେ ରଖି ୱାଟରଏଡ ଇଣ୍ଡିଆ ତରଫରୁ ସୌରଶକ୍ତିଚାଳିତ ଫ୍ଲୋରାଇଡ ଅପସାରଣ ପ୍ରକଳ୍ପ ସ୍ଥାପନ କରାଯାଇଛି। ଉକ୍ତ ପ୍ରକଳ୍ପ ସ୍ଥାପନଦ୍ୱାରା ପଚାଶରୁ ଅଧିକ ପରିବାର ଉପକୃତ ହୋଇପାରିବେ ଓ ଦୈନିକ ଘରପ୍ରତି ୨୦ଲିଟର ପାନୀୟ ଜଳର ସୁବ୍ୟବସ୍ଥା କରାଯାଇଛି । ଏହି ପ୍ରକଳ୍ପକୁ ସୁପରିଚାଲନା ଓ ରକ୍ଷଣାବେକ୍ଷଣ ପାଇଁ ଗ୍ରାମ୍ୟଜଳ ବ୍ୟବହାରୀ କମିଟିକୁ ଦାୟିତ୍ଵ ଦିଆଯାଇଛି ଓ ଏହା ବ୍ୟତୀତ ମହିଳା ଜଳ ମଞ୍ଚ ଗଠନ କରାଯାଇଛି ଓ ଜଳର ଗୁଣବତ୍ତା ଉପରେ ତାଲିମ ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଗ୍ରାମ୍ୟଜଳ ବ୍ୟବହାରୀ କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିବା ବେଳେ ୱାଟରଏଡର କର୍ମଚାରୀ ବ୍ରିଜଲାଲ୍ ନାଗ,ଅକ୍ଷୟ ପଟେଲ, ପଦ୍ମନ ଦଣ୍ଡସେନ, ତେଜରାଜ ବେହେରା ଓ ନେହାରିକା ପାଢୀ ପ୍ରମୁଖ ସହଯୋଗ କରିଥିଲେ ।
ସୌରଶକ୍ତି ଚାଲିତ ଫ୍ଳୋରାଇଡ ଅପସାରଣ ପ୍ରକଲ୍ପ ଉଦଘାଟିତ
Saturday, November 29, 2025
0

Tags