କାମରେ ଆସୁନି ବିଏସଏନଏଲ ଟାୱାର

ଆଜତକ ଓଡ଼ିଶା
0

କଣ୍ଟାମାଳ ୦୬/୧୧ (ମନଧର କର୍ମୀ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ଗ୍ରାମପଞ୍ଚାୟତ ସଦର ମହକୁମା ରେ ଥିବା ବିଏସଏନଏଲ ଟାୱାର ଅନେକ ସମୟରେ ଫେଲ୍ ହେଉଥିବାରୁ ଅଞ୍ଚଳ ରେ ଅସନ୍ତୋଷ ପ୍ରକାଶ ପାଉଛି। ସୂଚନା ଅନୁସାରେ ଆଜି ଦିନ ୧୨ ଟାରୁ ଟାୱାର ଫେଳ ଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ରସନକାର୍ଡ ରେ ରହିଯାଇଥିବା ହିତାଧିକାରୀ ମାନେ ପଞ୍ଚାୟତ କାର୍ଯ୍ୟାଳୟ କୁ ଇ-କେୱାଇସି କରିଆସି ଥିବାରୁ ଟାୱାର ଫଲେ ଥିବାରୁ ଇ-କେୱାଇସି ନକରିପାରି ନିରାଶ ହୋଈ ଫେରି ଯାଇଛନ୍ତି। ଏଥି ପ୍ରତି ବିଏସଏନଏଲ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ପାଇଁ ଅଞ୍ଚଳ ବାସି ଦାବୀ କରୁଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*

3/related/default